ଓଡ଼ିଶା ଆଦର୍ଶ ବିଦ୍ୟାଳୟର 10ତମ ପ୍ରତିଷ୍ଠା ଦିବସ ପାଳିତ।
ବ୍ରହ୍ମପୁର:-ଚମା ଖଣ୍ଡି,, ଛତ୍ରପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର 10ତମ ପ୍ରତିଷ୍ଠା ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ର ଏଡିମ୍ ଶ୍ରୀ ସୁଧାଂଶୁ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଶ୍ରୀ ଦ୍ବାରିକା ନାଥ ବେହେରା,ପ୍ରଧାନ ଶିକ୍ଷକ ବାଳିକା ଉଚ୍ଚ ବିଦ୍ୟାଳୟ ଛତ୍ରପୁର , ସମ୍ମାନିତ ଅତିଥି ଭାବେ ଚମଖଣ୍ଡି ସରପଞ୍ଚ ଶ୍ରୀ ମନୋଜ୍ କୁମର୍ ରେଡ୍ଡୀ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସପାଲ ଶ୍ରୀମତୀ ସ୍ମିତା ବାଲା ପଣ୍ଡା ଯୋଗ ଦେଇ ଦ୍ଵୀପ ପ୍ରଜ୍ଜ୍ୱଳନ କରିଥିଲେ।ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା ମାନ ବିଦ୍ୟାଳୟ ସ୍ତରରେ ଆୟୋଜନ କରାଯାଇଥିଲା ଏବଂ ସେଥିରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ବିଦ୍ୟାଳୟ ର କୃତି ଛାତ୍ର ଛାତ୍ରୀ ମାନେ ଆସନ୍ତା କାଲି 20 ତାରିଖ ଦିନ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଆଦର୍ଶ ବିଦ୍ୟାଳୟର କାର୍ଯ୍ୟକ୍ରମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କରାପଲ୍ଲି ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯେ।ଗ ଦେବେ ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ରଂଜିତ କୁମାର ରଣା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ପ୍ରତିଷ୍ଠା ଦିବସ କୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ମାନେ ପରିଚାଳନା କରିଥିଲେ।