ବିସ୍ଥାପିତ ଉଠାଦୋକାନୀ ଥଇଥାନ ହେବେ

0
Spread the love


ପୁରୀ : ପୁରୀ ଗସ୍ତରେ ଆସିଥିଲେ ରାଜ୍ୟ ସହରାଞ୍ଚଳ ବିକାଶ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ।‌ ବଡଦାଣ୍ଡରୁ ବିସ୍ଥାପିତ ହୋଇଥିବା ଉଠାଦୋକାନୀ ମାନଙ୍କ ଥଇଥାନ ପ୍ରସଙ୍ଗରେ ମନ୍ତ୍ରୀ ଡ଼ଃ ମହାପାତ୍ର କ୍ଷେତ୍ର ପରିଦର୍ଶନ କରିଥିଲେ । ଏକ କମିଟି ଗଠନ କରି ଏହି ବିଷୟକୁ ନେଇ ନିର୍ଯ୍ୟାସରେ ପହଞ୍ଚିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମନ୍ତ୍ରୀ ଘୋଷଣା କରିଥିଲେ । ଏହି ଆଲୋଚନା ବେଳେ ପୁର୍ବତନ ପୁରୀ ବିଧାୟକ ଜୟନ୍ତ କୁମାର ଷଢଙ୍ଗୀଙ୍କ ସହ ଉଠାଦୋକାନୀ ମାନ ଉପସ୍ଥିତ ଥିଲେ । ଯାହାକୁ ନେଇ ନୀଳାଚଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ତରଫରୁ ମନ୍ତ୍ରୀଙ୍କୁ ବଧେଇ ଜଣାଇଥିଲେ l ଉଠାଦୋକାନୀ ମାନଙ୍କ ପକ୍ଷରୁ ନୀଳାଚଳ ମହାସଂଘ ସମ୍ପାଦକ ମାନସ ରଥ, ଉପଦେଷ୍ଟା ଆଡ଼ଭୋକେଟ ପ୍ରିୟଦର୍ଶୀ ପଟ୍ଟନାୟକ ଓ ବିଭିନ୍ନ ମାର୍କେଟର କର୍ମକର୍ତା ମାନେ ମନ୍ତ୍ରୀଙ୍କ ଆଗରେ ଉଠାଦୋକାନୀଙ୍କ ସମସ୍ୟା ଉପସ୍ଥାପନ କରିଥିଲେ ।

Leave a Reply

Your email address will not be published. Required fields are marked *