ଭାସୁଥିବା ଅବସ୍ଥାରେ ଯୁବକ ର ଶବ ଉଦ୍ଧାର।
ବ୍ରହ୍ମପୁର(କୈଳାସ ଚନ୍ଦ୍ର ଚୌଧୁରୀ):-ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର ଏକ ପୋଖରୀ ରୁ ଭାସୁଥିବା ଅବସ୍ଥାରେ ଜଣେ ଯୁବକ ର ଶବ କୁ ଉଦ୍ଧାର କରାଯାଇଛି ଓ ଖବର ପାଇ ସଦର ପୋଲିସ ଏସ୍ ଡି ପି ଓ ଶୁଭ୍ରାଂଶୁ ପରିଡା ଙ୍କ ନେତୃତ୍ୱରେ ସଦର ଥାନା ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ସାଇଣ୍ଟିଫିକ୍ ଟିମ୍ ସହ ମିଶି ତଦନ୍ତ ଆରମ୍ଭ କରିଛନ୍ତି ଓ ଶବ ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଇ ମୃତ ଯୁବକ ର ବାପା ରାମକୃଷ୍ଣ ଚୌଧୁରୀ ଠାରୁ ଅଭିଯୋଗ ଗ୍ରହଣ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ଘଟଣା ରୁ ଜଣାପଡିଛି ଯେ ମୃତ ଯୁବକ ଜଣକ ଲାଞ୍ଜିଆ ଗ୍ରାମର ସୁବାଶିସ୍ ଚୌଧୁରୀ। ଗତ ସୋମବାର ରାତିରେ କିଛି ସାଙ୍ଗ ସହିତ ମିଶି ବାହାର କୁ ଯାଇ ଘରକୁ ଆସିନଥିଲା। ମଙ୍ଗଳବାର ସକାଳୁ ତା’ର ମୃତ ଦେହ ଉକ୍ତ ପୋଖରୀରେ ଭାସୁଥିବା ଗାଁ ଲୋକେ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଓ କିଛି ଗ୍ରାମବାସୀ ପୋଖରୀ ରୁ ଭାସୁଥିବା ଅବସ୍ଥାରେ ସୁଭାଶିଷ ର ମୃତ ଦେହ ଉଦ୍ଧାର କରି ପୋଲିସକୁ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ର ହସ୍ତକ୍ଷେପ କରିଛନ୍ତି। ମୃତ ଯୁବକ ର ହାତ ଓ ବେକରେ ଦାଗ ଲାଗିଛି ଓ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଶବ ଉଦ୍ଧାର ହୋଇଥିବାରୁ ତାକୁ ହତ୍ୟା କରି ଅଖାରେ ବାନ୍ଧି ପୋଖରୀରେ ଫୋପାଡି ଦିଆଯାଇଥିବା ସନ୍ଦେହ ସୃଷ୍ଟି ହୋଇଛି।