ଆକ୍ରମଣ ଅଭିଯୁକ୍ତ ଙ୍କୁ ୩ ବର୍ଷ କାରାଦଣ୍ଡ ଆଦେଶ।

0
Spread the love

ବ୍ରହ୍ମପୁର(କୈଳାସ ଚନ୍ଦ୍ର ଚୌଧୁରୀ):-ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ନଳୀହାଡ ଗ୍ରାମର ପିଣ୍ଟୁ ସ୍ବାଇଁ ଓ ପୁତୁରା ନାରାୟଣ ସ୍ୱାଇଁଙ୍କୁ ଆକ୍ରମଣ ଘଟଣାକୁ ନେଇ ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ଜି ଆପନ୍ନା କେ ବରାଡୁ ପାତ୍ର ନାମକ ଦୁଇଜଣ ଅଭିଯୁକ୍ତଙ୍କୁ ମାନ୍ୟବର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଉକ୍ତ ଦୁଇ ଜଣଙ୍କୁ ୩ ବର୍ଷ କାରାଦଣ୍ଡ ଆଦେଶ ଦେଇଛନ୍ତି।
ଘଟଣା ରୁ ପ୍ରକାଶ ଯେ ଗତ ୨୦୧୮ ମସିହାରେ ଜି ଆପନ୍ନା ପିଣ୍ଟୁ ସ୍ବାଇଁ ଠାରୁ ନଗଦ ୬ ଲକ୍ଷ ଟଙ୍କା କରଜ ନେଇଥିଲେ ଓ ଶୀଘ୍ର ଫେରାଇବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଦିନ ପରେ ଦିନ ଗଡି ଚାଲିବାକୁ ଲାଗିଲା, ଆପନ୍ନା ଧାର ଟଙ୍କା ନ ଫେରାଇବାରୁ ପିଣ୍ଟୁ ଓ ନାରାୟଣ ତାକୁ ସାକ୍ଷାତ କରି ଟଙ୍କା ଫେରସ୍ତ ପାଇଁ ଅନୁରୋଧ କରିଥିଲେ ଓ ଉଭୟଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟ ଦାଦା ଓ ପୁତୁରା ନିଜ ଗ୍ରାମ ନଳୀହାଡ ଫେରୁଥିବା ବେଳେ ଆପନ୍ନା ଓ ତା’ର ବନ୍ଧୁ ବୋରାଡୁ ମିଶି ସହର ଉପକଣ୍ଠ ଫାଷ୍ଟ ଗେଟ୍ ନିକଟରେ ପିଣ୍ଟୁ ଓ ତା’ର ପୁତୁରା କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଆହତ ଦ୍ଵୟ ସେଠାରୁ ଯାଇ ସଦର ଥାନା ରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

Leave a Reply

Your email address will not be published. Required fields are marked *