ତାଳଚେରର ୩ହଜାର ୫୦୦ ଶହ କେଜିର ବିଘ୍ନବିନାଶକଙ୍କ ଆଜ୍ଞାଲଡ଼ୁ ଓ ଆଜ୍ଞାମାଳ ବାଜି ମାରିନେଲେ ତାପସ ସାହୁ ।
ତାଳଚେର(ରବୀନ୍ଦ୍ର କୁମାର):-ତାଳଚେର ର ପ୍ରସିଦ୍ଧ ଗଣେଶ ପୂଜା ଦୀର୍ଘ ୧୧ଦିନ ଧରି ଶାନ୍ତି ଶୃଙ୍ଖଳା ର ସହ ପାଳନ ହେଉଥିବା ବେଳେ ତାଳଚେରର ବିଶେଷ ଆକର୍ଷଣ ଆଜ୍ଞା ମାଳ ଓ ବିରାଟ କାୟ ଲଡୁ ନିଲାମ ।ଦୀର୍ଘବର୍ଷ ବ୍ୟାପି ତାଳଚେର ଏହି ପରମ୍ପରା ଓ ଐତିହ୍ୟକୁ ବଜାୟ ରଖି କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ପୂର୍ବନିଷ୍ପତିକ୍ରମେ ଅର୍ଥାତ୍ ଭସାଣୀ ଶୋଭାଯାତ୍ରା ଦିନକ ପୂର୍ବରୁ ଗଣେଶଙ୍କ ୩୫୦୦ଶହ କେଜି ଓଜନର ଆଜ୍ଞାଲଡ଼ୁ ଓ ଆଜ୍ଞମାଳ ସର୍ବସମ୍ମୁଖରେ ବଡ଼ଦାଣ୍ଡ ସାହି ସ୍ଥିତ ମେଲଣ ପଡ଼ିଆ ଠାରେ ନିଲାମ ହୋଇଛି । କେନ୍ଦ୍ରୀୟ ଗଣେଶପୂଜା କମିଟିର ସଭାପତି ତଥା ତାଳଚେର ଉପଜିଲ୍ଳାପାଳ ସମୀର କୁମାର ଜେନାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ନିଲାମ କାର୍ଯ୍ୟକ୍ରମ ହୋଇଥିଲା ! ମୁଖ୍ୟ ଅତିଥି ଭାବେ ପାଳଲହଡା ବିଧାୟକ ଅଶୋକ ମହାନ୍ତି ,ସଂମାନିତ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ,ତାଳଚେର ପୋୖର ପରିଷଦର ନଗରପାଳ ଓ ପୂଜା କମିଟିର ସମସ୍ତ କର୍ମକର୍ତ୍ତା ଯୋଗଦେଇ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ତେବେ ଏହି ନିଲାମ ଡ଼ାକରାରେ ୧୬ଟି ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଅଂଶ ଗ୍ରହଣ କରିଥିଲେ ।ସର୍ବାଧିକ ୧୯ଲକ୍ଷ ୩୮ହଜାର ଟଙ୍କାରେ ଟି ଏସ ଏସ ଗ୍ରୁପର ତାପସ ସାହୁ ନିଲାମ ବଢି ଏହି ଐତିହାସିକ ୩ହଜାର ୫ଶହ କିଲୋ ଓଜନର ଲଡ଼ୁକୁ ନେବାର ସୌଭାଗ୍ୟ ଅର୍ଜନ କରିଥିଲେ ।ବିଶେଷ ଭାବେ ଏହି ଲଡୁ ନିଲାମ ରାଜ୍ୟର ସବୁଠାରୁ ଅଧିକ ଓଜନ ର ଲଡୁ ଓ ସର୍ବାଧିକ ଅର୍ଥରାଶି ରେ ନିଲାମ ହୋଇଥାଏ ।ଏହି ଅବସରରେ ତାଳଚେର ଅଂଚଳରେ ହେଉଥିବା ଗଣେଶ ପୂଜାର ସମସ୍ତ ସଦସ୍ୟ ଏବଂ ଗଣେଶପୂଜା ମଣ୍ଡପ ଗୁଡ଼ିକର କର୍ମକର୍ତାମାନେ ଉପସ୍ଥିତ ଥିଲେ । ପ୍ରଥମେ ଏହି ବିରାଟକାୟା ଆଜ୍ଞାଲଡ଼ୁକୁ ତାଳଚେର ଚିତ୍ର କୁଟ ଗଣେଶ ମନ୍ଦିର ଠାରେ ପୂଜା ଅର୍ଚନା କରି ଏକ ବଡ଼ ପଟ୍ଟୁଆରରେ ହଜାର ହଜାର ଲୋକଙ୍କ ମଧ୍ୟରେ ମେଲଣ ପଡ଼ିଆକୁ ଅଣାଯାଇଥିଲା ଓ ଏହାକୁ ଦେଖିବାକୁ ଲୋକରଣ୍ୟ ହୋଇପଡ଼ିଥିଲା । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅଣା ଯାଇଥିଲା ।