କୋଇଲା ରୟାଲିଟି ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଅନ୍ତୁ ମୁଖ୍ୟମନ୍ତ୍ରୀ: ବିଜେଡି
ଭୁବନେଶ୍ୱର: ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ କୋଇଲା ରୟାଲିଟି ସଂଶୋଧନ କରିବାକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କୁ ପ୍ରସ୍ତାବ ଦିଅନ୍ତୁ ବୋଲି ଆଜି ଶଙ୍ଖ ଭବନ ଠାରେ ଆ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦଳର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡଃ ସସ୍ମିତ ପାତ୍ର ।
ସଂସଦରେ ୨୦୧୨ ମସିହା ଠାରୁ ଅଦ୍ୟାବଧି କୋଇଲା ରୟାଲିଟି ସଂଶୋଧନ ହୋଇନାହିଁ ଏବଂ ଏ ସଂକ୍ରାନ୍ତରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଚାରମାର ଅନୁରୋଧ କରିଥିଲେ ମଧ୍ୟ ମଧ୍ୟ କେନ୍ଦ୍ରର ବିଜେପି ସରକାର କର୍ଷପାତ କରିନଥିଲେ । କୋଇଲା ରୟାଲିଟି ସଂଶୋଧନ ନ ହେବା ଫଳରେ ଓଡ଼ିଶା ଚାର୍ଷିକ ୧୦ ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛି । ଏନେଇ ବିଜୁ ବିଜୁ ଜନତା ଦଳର ସାଂସଦମାନେ ବାରମ ପ୍ରଶ୍ନ ଉଠାଇଥିଲେ ମଧ୍ୟ କେନ୍ଦ୍ର ସରକାର ଚୁପ୍ ବସିଛନ୍ତି । ଆସନ୍ତାକାଲି । ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶାବାସୀ ଗୋଟିଏ ମଞ୍ଚରେ ଦେଖିବେ, ସେତେବେଳେ ମୁଖ୍ୟମନ୍ତ୍ରୀ ସାହସ ଜୁଟାଇ ରାଜ୍ୟବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ କୋଇଲା ରୟାଲିଟି ସଂଶୋଧନ । *ଶୋଧନ ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କୁ ନମନ୍ତ୍ରୀଙ୍କୁ ଦିଅନ୍ତୁ । ଡବଲ ଇଞ୍ଜିନ ସରକା ଆସିଲେ ଓଡ଼ିଶାର ବିକାଶ ତ୍ବରାନ୍ବିତ ହେ ହେବ ବୋଲି ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ ବୋଲି ଡଃ ପାତ୍ର କହିଥି । ରକାର
ଡଃ ପାତ୍ର ଆହୁରି କହିଥିଲେ ଯେ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ନେଇ ଗତ ମାସରେ କେନ୍ଦ୍ର ଆଇନ ମନ୍ତ୍ରୀ ସଂସଦରେ କହିଥିଲେ, ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ଏ ସଂକ୍ରାନ୍ତୀୟ ପ୍ରସ୍ତାବ କେନ୍ଦ୍ରର ହସ୍ତଖତ ହୋଇନାହିଁ । ତଦନୁଯାୟୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ଦେବା ପାଇଁ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲୁ । ରାଜ୍ୟରେ ବିଜେପି ସରକାର ଗଠନ ହେବାର ତିନି ମାସ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ବର୍ତମାନ ସୁଦ୍ଧା କେନ୍ଦ୍ରକୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସ୍ତାବ ଦେଇପାରିଲେ ନାହିଁ । ଯେହେତୁ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି, ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଉତଥାପନ କରିବାର ସାହସିକତା ପ୍ରଦର୍ଶନ କରନ୍ତୁ ମୁଖ୍ୟମନ୍ତ୍ରୀ । ନଚେତ୍ ଡବଲ ଇଞ୍ଜିନ ସରକାର ନୁହେଁ, ଡବଲ ଫମ୍ପା ଡବାର ସରକାର ଭାବେ ପରିଗଣିତ ହେବ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସ୍ୱାର୍ଥ ପାଇଁ ସାହସିକତା ଦେଖାଇବା ପରିବର୍ତ୍ତେ କେବଳ ନିଜ ଦଳର ନେତୃବୃନ୍ଦଙ୍କୁ ଖୁସି କରିବା ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ଡଃ ପାତ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବଳ ଦଳର ମୁଖପାତ୍ର ଡଃ ଲେନିନ୍ ମହାନ୍ତି ଓ ତୁମ୍ବନାଥ ପଣ୍ଡା ଉପସ୍ଥିତ ଥିଲେ ।