ସୁଭଦ୍ରା ଯୋଜନା ନାମରେ ଓଡ଼ିଶାର ମହିଳାଙ୍କୁ ପ୍ରବଞ୍ଚନା କରିଛି ବିଜେପି: ବିଜେଡି

0
Spread the love

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ସମାଲୋଚନା କରିଛନ୍ତି ବିଜେଡି ନେତ୍ରୀ ଲୋ ଲୋପାମୁଦ୍ରା ବକ୍ତିପାତ୍ର । ସେ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଭ ଭାରତୀୟ ଜନତା ପାର୍ଟିର ฐเข้า, କର୍ମକର୍ତ୍ତା ଏବଂ ଏବଂ କେନ୍ଦ୍ରୀୟ ନେତାମାନେ ଓଡ଼ିଶାର ପ୍ରତ୍ୟେକ ମହିଳାଙ୍କୁ ବିଜେପି ସରକାର ଆସିଲେ ବର୍ଷକୁ ୫୦ ହଜାର ଟଙ୍କା ଦିଆଯିବ ବୋଲି ବିଭିନ୍ନ ସଭା, ସମିତିରେ ପ୍ରତିଶ୍ରୁତି ଦେଇଥିଲେ। ବିଜେପି ତ ‘ด ନିର୍ବାଚନୀ ଇସ୍ତାହାରରେ ୨ ବର୍ଷରେ ଓଡ଼ିଶାର ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦିଆଯିବ ଏବଂ ଏହାକୁ ସେମାନେ ବିଭିନ୍ନ ମାଧ୍ଯମରେ ଖର୍ଚ୍ଚ କରିପାରିବେ ବୋଲି ପ୍ରକାଶ କରିଥିଲେ

ଦୁଃଖର ବିଷୟ ଓଡ଼ିଶାର ମ ମା’ ଓ ଭ ଭଉଣୀମାନଙ୍କୁ ଡବଲ ଇଞ୍ଜିନ ସରକାର ଆଜି ପ୍ରତାରଣା କରିଛି। ୧୮ରୁ ୨୧ ଏବଂ ୬୦ରୁ ୮୦ ବର୍ଷ ବୟସର ମହିଳାଙ୍କୁ ଯୋଜନାରୁ କେଉଁ ଆଧାରରେ ବାଦ୍ ଦିଆଯାଇଛି ? ବିଭିନ୍ନ ମାନଦଣ୍ଡ ସ୍ଥିର କରି ପ୍ରାୟ ୧ କୋଟି ମହିଳାଙ୍କୁ ବାଦ୍ ଦେବା ତଥା ବର୍ଷକୁ ୨ଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ସ୍ଥିର କରି ଓଡ଼ିଶାର ମହିଳାମାନଙ୍କୁ ଏବେ ଭଣ୍ଡାଉଛନ୍ତି । ମହିଳାଟିଏ ଭାବିଥିଲା ଏକକାଳୀନ ୫୦ ହଜାର କିମ୍ବା ୨୫ ହଜା ଜାର ଟଙ୍କା ପାଇଲେ କୌଣସି କୁଟୀର ଶିଳ୍ପ କିମ୍ବା କ୍ଷୁଦ୍ର ବ୍ୟବସାୟଟେ କରି ସ୍ଵାବଲମ୍ବୀ ହେବ ଥବା ନିଜ ପରିବାରର କୌଣସି ଆବଶ୍ୟକତାଟିଏ ପୂରଣ ପୂରଣ କରିପାରିବ । ୫ ହଜାର ଟଙ୍କାରେ ମହିଳା କ’ଣ ଉଦ୍ୟୋଗୀ ହୋଇପାରିବେ କି ? ଏତିକି ଟଙ୍କାରେ ମହିଳାମାନେ କିପ କିପରି ସଶକ୍ତ ହେବେ, ଏହା କ’ଣ ମହିଳାଙ୍କୁ ପ୍ରତାରଣା ନୁହେଁ କି ? ମା’ ସୁଭଦ୍ରାଙ୍କ ନାଁ ନେଇ ମା’ମାନଙ୍କୁ ଠକୁଛି ବିଜେପି।

ସୁଭଦ୍ରା ଯୋଜନାରେ ଓଡ଼ିଶାର ମହିଳାଙ୍କୁ ପ୍ରବଞ୍ଚନା କରାଯାଇଛି ଏବଂ ଠକାମୀର ଶିକାର ହୋଇଥିବା ଓଡ଼ିଶାର ମହିଳାଙ୍କ ଆଖିରେ ଧୂଳି ପକାଇ ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମ ହେଉଛି । ହଉଛି । ରାଜ୍ୟର ମହିଳାମାନଙ୍କୁ ବିଜେପି ସରକାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଥିବାରୁ ବିଜୁ ଜନତ ନତା ଦଳ ଏହାକୁ କୁ ତୀବ୍ର ନିନ୍ଦା କରୁଛି ବୋଲି ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ତିପାତ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *