ରୋୟାଲ୍ଟି ଓ ଜୋରିମାନା ମୂଲ୍ୟ ଦାଖଲ କରିବାକୁ ୧୯ ଜଣ ଖଣି ଲିଜ ଧାରିଙ୍କୁ ନୋଟିସ୍

0
Spread the love


ପୁରୀ : ଖୋର୍ଦ୍ଧା ଜିଲ୍ଲା ପଥର ଖଣି ଲିଜ ଧାରୀ ମାନେ ଧାର୍ଯ୍ୟ ଅନୁମୋଦିତ ପରିମାଣ ଠାରୁ ଅଧିକ ପରିମାଣର ନିର୍ମାଣ ପଥର ଏବଂ ମାଙ୍କଡ଼ା ପଥର ଉତ୍ତୋଳନ କରିଥିବାରୁ ରୋୟାଲ୍ଟି ଓ ଜୋରିମାନା ମୂଲ୍ୟ ଦାଖଲ କରିବାକୁ ୧୯ ଜଣ ଖଣି ଲିଜ ଧାରିଙ୍କୁ ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ କ୍ରମେ ୭ଦିନିଆ ନୋଟିସ୍ ଜାରି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଆଜି ଧନିଆଁ ପଶ୍ଚିମ ‘ଗ’ ନିର୍ମାଣ ପଥର ଖଣିର ଲିଜ ଧାରୀ ଜୋରିମାନା ବାବଦକୁ ଏକ କୋଟି ଅଠର ଲକ୍ଷ ଟଙ୍କା ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦାଖଲ ଦେଇଛନ୍ତି।
ସୂଚନା ଯୋଗ୍ୟ ଏହିକି କିଛିଦିନ ପୂର୍ବରୁ ମୁଖ୍ୟ ପ୍ରଶାସକ ଖଣି ଲିଜ ଧାରୀ ମାନଙ୍କୁ କେଉଁ ପରିସ୍ଥିତିରେ ଏଭଳି ବ୍ୟତିକ୍ରମ ହେଲା କୈଫିୟତ ଦାଖଲ କରିବାକୁ ନୋଟିସ୍ ଜାରି କରିଥିଲେ । ଏଥିରେ ଖିଲାପ ହେଲେ ଖଣିର ଚୁକ୍ତି ପତ୍ର ରଦ୍ଦ ସହ ସଂପୃକ୍ତ ଲିଜ୍ ଧାରୀଂକୁ କଳାତାଲିକାଭୁକ୍ତ କରାଯିବ ବୋଲି କଡା ଶବ୍ଦରେ ସତର୍କ କରାଇଥିଲେ ।

Leave a Reply

Your email address will not be published. Required fields are marked *