ସ୍ଵଦେଶୀ ଜାଗରଣ ମଞ୍ଚ ଓ ଅନିଲ କମର୍ସ ଏକାଡେମୀ ର ମିଳିତ ଭାବେ “ଉଦ୍ୟମିତା ପ୍ରୋସାହନ ସମ୍ମିଳନୀ ଅନୁଷ୍ଠିତ”* ହେଇଯାଇଚି।
ବ୍ରହ୍ମପୁର:-ସ୍ଵଦେଶୀ ଜାଗରଣ ମଞ୍ଚ ଏବଂ ଅନିଲ କମର୍ସ ଏକାଡେମୀ ପକ୍ଷରୁ ମିଳିତ ଭାବେ ଆଜି *୧୫ ସେପ୍ଟେମ୍ବର ଉଦ୍ୟମିତା ପ୍ରୋସାହନ ସମ୍ମିଳନୀ* ଏକାଡେମୀ ର ସଭା ଗୃହରେ ପାଳନ ହୋଇଯାଇଛି l ଏଥିରେ ଯୁକ୍ତ ତିନି ଶ୍ରେଣୀର ବିଦ୍ୟାର୍ଥୀ ମାନେ ଯୋଗଦେଇଥିଲେ l
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମଞ୍ଚର ଗଞ୍ଜାମ ବିଭାଗ ସଂଯୋଜକ ବିନୋଦ ନାୟକ , ଜିଲ୍ଲା ସଂଯୋଜକ ଯୁବ ଚାଟାର୍ଡ ଆକାଉଣ୍ଟାଣ୍ଟ ସୁଶୀଲ ପଟ୍ଟନାୟକ, ଅନିଲ କମର୍ସ ଏକାଡେମୀ ର ନିର୍ଦ୍ଦେଶକ ହରିଶ ବାବୁ ଓ ମୁଖ୍ୟ ଅତିଥି ଭାବେ ମା ଫୁଡ୍ସ ର ପ୍ରତିଷ୍ଠାତା ଦୀପକ କୁମାର ଜେନା,ବ୍ରହ୍ମପୁର ମହାନଗର ସଂଯୋଜକ ଅନ୍ୟତମ ଯୁବ ଚାଟାର୍ଡ ଆକାଉଣ୍ଟାଣ୍ଟ ଶିବରାମ ପଢ଼ିଆଳୀ, ପୂର୍ଣ୍ଣକାଳୀନ କାର୍ଯ୍ଯକର୍ତ୍ତା ସ୍ଵାଗତ କୁମାର ତ୍ରିପାଠୀ ଯୋଗ ଦେଇଥିଲେ l
ସ୍ୱାବଲମ୍ବୀ ଭାରତ ଅଭିଯାନ ଅନ୍ତର୍ଗତ ଅଗଷ୍ଟ ୨୧ ଠାରୁ ଆରମ୍ଭ ହୋଇ ଅକ୍ଟୋବର ୨ ପର୍ଯ୍ୟନ୍ତ ସର୍ବଭାରତୀୟ ସ୍ତରରେ ବିଭିନ୍ନ ସ୍ଥାନରେ, ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟ, ଯାନ୍ତ୍ରୀକ ମହାବିଦ୍ୟାଳୟ ମାନଙ୍କରେ *”ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ”* କରାଯିବାକୁ ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଏବଂ ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗ୍ରାମାଞ୍ଚଳରେ ଓ ମହାବିଦ୍ୟାଳୟ, ଯାନ୍ତ୍ରୀକ ମହାବିଦ୍ୟାଳୟ ମାନଙ୍କରେ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ କରାଯିବ ବୋଲି ଗଞ୍ଜାମ ଜିଲ୍ଲା ସଂଯୋଜକ ଶ୍ରୀ ପଟ୍ଟନାୟକ କହିଛନ୍ତି l
ଭାରତକୁ ଆତ୍ମନିର୍ଭର ଭାରତରେ ପରିଣତ କରିବା କାର୍ଯ୍ୟକ୍ରମ ର ଉଦ୍ଧେଶ୍ୟ ଅଟେ l ଚାକିରି ପଛରେ ନ ଗୋଡାଇ ଅନ୍ୟ ମାନଙ୍କୁ ଚାକିରି ଯୋଗାଇଦେବା ପାଇଁ ଯୁବ ସମାଜ ର ମାନସିକତା ପରିବର୍ତ୍ତନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ ଅଟେ ବୋଲି ମୁଖ୍ୟ ବକ୍ତା ଶ୍ରୀ ନାୟକ କହିଛନ୍ତି।
ନିଜେ ଉଦ୍ୟୋଗୀ ହୋଇ ଆତ୍ମନିର୍ଭର ହେବା ଏବଂ ଶିକ୍ଷିତ ଯୁବ ସମାଜକୁ ଆତ୍ମନିଯୁକ୍ତି କରେଇବାକୁ ହେବ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିବା ସହ ନିଜେ କିଭଳି ଭାବରେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି ବା ସଫଳ ଉଦ୍ୟୋଗୀ ହେବାର ସବିଶେଷ ବିବରଣୀ ବିସ୍ତୃତ ଭାବେ ବିଦ୍ୟାର୍ଥୀମାନଙ୍କୁ ଜଣାଇଥିଲେ ।
ବ୍ରହ୍ମପୁର ମହାନଗର ସଂଯୋଜକ ଅନ୍ୟତମ ଯୁବ ଚାଟାର୍ଡ ଆକାଉଣ୍ଟାଣ୍ଟ ଶିବରାମ ପଢ଼ିଆଳୀ, ପୂର୍ଣ୍ଣକାଳୀନ କାର୍ଯ୍ଯକର୍ତ୍ତା ସ୍ଵାଗତ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ
ଶେଷରେ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା l