ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ, ଗଂଜାମ ଜିଲ୍ଲା ଶାଖାର ୪ର୍ଥ ବାର୍ଷିକ ସାଧାରଣ ଅଧିବେଶନ।
ବ୍ରହ୍ମପୁର:- ସ୍ଥାନୀୟ ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ଗଂଜାମ ଜିଲ୍ଲା ଶାଖାର ୪ର୍ଥ ଅର୍ଦ୍ଧବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଡି.ମୋହନ ରାଓ ସଭାପତିତ୍ୱ କରିଥିଲେ। କେନ୍ଦ୍ରକମିଟିର ସାଧାରଣ ସମ୍ପାଦକ ଗୋକୁଳା ନନ୍ଦ ବେହେରା , କାର୍ଯ୍ୟକାରୀ ସଭାପତି ନିର୍ମଳ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ପାଦକ ଶଙ୍କର୍ଷଣ ଦାସ , ଉପସଭାପତି ସହସ୍ରାନାମ ପାଠୀ,ସହସମ୍ପାଦକ ନୀଳାଚଳ ମିଶ୍ର , କୋଷାଧକ୍ଷ ନିରାକାର ସାବତ ମଞ୍ଚାସୀନ ଥିଲେ। ସର୍ବପ୍ରଥମେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଓ ଆମର ଦୁଇଜଣ ସକ୍ରିୟ ସଭ୍ୟ ମଦନ ମୋହନ ସାହୁ ଓ ଶିବ ପ୍ରସାଦ ସାହୁଙ୍କର ଦେହାନ୍ତ ହୋଇଥିବାରୁ ଏକ ମିନିଟ ନିରବ ରହି ସମ୍ମାନର ସହ ଶ୍ରଦ୍ଧଞ୍ଜଳୀ ଜଣାଇଥିଲେ। ସଭାପତି ଶ୍ରୀ ରାଓ ୯ ଦଫା ଦାବିଗୁଡିକ ବିଷୟରେ ମୁଖ୍ୟତଃ ଚିକିତ୍ସା ଭତ୍ତା ଉପରେ ଆଲୋଚନା କରିଥିଲେ। ଭାରତର ୨୬ ଟି ରାଜ୍ୟ ଚିକିତ୍ସା ଭତ୍ତା ଦେଉଥିବା ବେଳେ ଓଡିଶା ସରକାର ଚିକିତ୍ସାଭତ୍ତା ଦେବାରେ ନୀରବ । ତେଣୁ ସମସ୍ତ ପେନସନ ଭୋଗୀଙ୍କୁ BSKY ବା AYUSMAN ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବୀ ରଖିଥିଲେ। ସମ୍ପାଦକ ଶଙ୍କର୍ଷଣ ପାତ୍ର ସମ୍ପାଦକୀୟ ବିବରଣୀ ରଖିଥିଲେ।ସମ୍ପାଦକୀୟ ବିବରଣୀ ଉପରେ ସହସ୍ରାନାମ ପାଠୀ,ମହର୍ଷି ସିଂ, ସେଫଳି ଦାସ, ରାମେଶ୍ୱର ଶତପଥୀ, ଚିତ୍ତ ରଞ୍ଜନ ପାଣିଗ୍ରାହୀ ,ପଞ୍ଚାନନ ଜେନା ନୀଳାଞ୍ଚଳ ମିଶ୍ର ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥି ନିର୍ମଳ ଚନ୍ଦ୍ର ଦାସ ଓ ଗୋକୁଳ ନନ୍ଦ ବେହେରା ତାଙ୍କବକ୍ତରଖି କେନ୍ଦ୍ର ଓ ଓଡିଶା ସରକାରଙ୍କ ପେନସନ ର ବିରୋଧ ନୀତିକୁ ତୀବ୍ର ବିରୋଧ କରିଥିଲେ। ପେନସନକୁ ବିକୃତ କରି NPS ଓ ପରେ ପରେ ତାକୁ ଅଧିକ ବିକୃତ କରି UPS ନାମକରଣ କରି ପେନସନର ମାନଙ୍କୁ ଭାଗ ଭାଗ କରୁଛନ୍ତି। NPS UPS ବିରୁଦ୍ଧରେ କଟକ ଠାରେ OSREF ନେତୃତ୍ୱରେ ପେନସନର ମାନଙ୍କ ମିଳିତ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ଏକ କନଭେନ୍ସନ ଆସନ୍ତା ୨୦.୦୯.୨୦୨୪ରେ ଅନୁଷ୍ଠିତ ହୋଇ ଆମର ଦାବୀ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରାଯିବ । ଆସନ୍ତା ୨୬.୦୯.୨୪ ରେ ହେବାକୁ ଯାଉଥିବା ଦେଶବ୍ୟାପୀ ପ୍ରତିବାଦ ଆନ୍ଦୋଳନରେ ଗଂଜାମ ଜିଲ୍ଲାର ପେନସନର ଭାଇ ଭଉଣୀ ମାନେ ସାମିଲ ହୋଇ ସଫଳ କରିବାକୁ ନିବେଦନ କରିଥିଲେ।ନୂଆଦିଲ୍ଲୀ ଠାରେ ପେନସନ୍ ର ମାନଙ୍କ କାର୍ଯ୍ୟାଳୟ ନିର୍ମାଣ ପାଇଁ ପାଣ୍ଠି ପାଇଁ ସମସ୍ତେ ଆଗେଇ ଆସିବା ପାଇଁ ଆହ୍ୱାନ ଦେଇ ଥିଲେ।
ଗଂଜାମ ଜିଲ୍ଲା ଶାଖା କର୍ମଚାରୀ ତଥା ପେନସନ ର ମାନଙ୍କ ଏକମାତ୍ର ମୁଖପତ୍ର
‘ସଂଗ୍ରାମର ବାର୍ତ୍ତା’ର ଗ୍ରାହକ ହେବ ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ୨୬.୦୯.୨୪ ରେ ଗଂଜାମ ଜିଲ୍ଲା ପକ୍ଷରୁ RDC କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ଧାରଣ କରିବାକୁ ସ୍ଥିରକରଗଲା।
ଟି.ଯୋଗେଶ୍ୱର,ରାଧାକୃଷ୍ଣ ପଣ୍ଡା,ନାରାୟଣ ପାଣିଗ୍ରାହୀ,ଜୟଗଦେଵ ପ୍ରଧାନ, ପ୍ରଫୁଲ୍ଲ ପାତ୍ର, ପ୍ରଦୀପ କୁମାର ଦାସ,ଉଦୟନାଥ ଚୌଧୁରୀ, ବସନ୍ତ କୁମାର ପାତ୍ର, ଏମ.ନରସିଂହା,ସନ୍ତୋଷ କୁମାର ସାହୁ ବ୍ରହ୍ମାନନ୍ଦ ଚୌଧୁରୀ, ସୁରେନ୍ଦ୍ର ନାୟକ,ଡି. ଗୁରୁମୂର୍ତୀ ପାତ୍ର,ଡି.ସୁଦର୍ଶନ ରାଓ, ଗଣେଶ୍ୱର ସାହୁ,ଦଣ୍ଡପାଣି ସାବତ, ଦେବରାଜ କୋଠିଆ ସହଯୋଗ କରିଥିଲେ।