ପୂରି ସଂସ୍କୃତି ପରମ୍ପରା ଉପରେ ଆଧାରିତ ଏକ ଫିଲ୍ମ “ଆଶ୍ରମ “ର ଶୁଭ ଉଦ୍ଘାଟନ ହୋଇଛି।
ପୁରୀ(ରବୀନ୍ଦ୍ର କୁମାର):-ସଂପୂର୍ଣ୍ଣ ମୌଳିକ କାହାଣୀକୁ ନେଇ ,ପୂରି ସଂସ୍କୃତି ପରମ୍ପରା ଉପରେ ଆଧାରିତ ଏକ ଫିଲ୍ମ “ଆଶ୍ରମ “ର ଶୁଭ ମହୁରତ ପୁରୀ ଟାଉନ୍ ହଲ ଠାରେ ହୋଇ ସାରିଛି ।ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାପ୍ରଭୁ ଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଯୋଗଦାନ କରି ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଯୋଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ।ଏଥିରେ ଜଣେ ମହିଳା ତାର କର୍ମମୟ ଜୀବନ ଭିତରେ କିଭଳି ପରିବାର କୁ ସମୟ ଦେଉଛି ।ସ୍ଵାମୀ ମରିଯିବା ପରେ କିଭଳି ଭାବେ ପରିବାର ଲୋକଙ୍କ ଲାଳସା ର ଶିକାର ହେଉଛି ଏବଂ ପରିଣତ ବୟସରେ ନିଜ ସମ୍ପତ୍ତିର ଲାଳସା ନହୋଇ ବୃଦ୍ଧ ବୃଦ୍ଧା ଙ୍କ ନିମନ୍ତେ ଅନ୍ୟ ଲୋକକୁ ହସ୍ତାନ୍ତର କରିଦେଇ ଘର ଛାଡି ଚାଲି ଯାଉଛି ।ତେଣୁ ଏହାର ଉପରେ ଆଧାରିତ ଫିଲ୍ମ “ଆଶ୍ରମ” ।ଏଥିରେ ମହେଶ୍ୱତା ରାୟ ଅଭିନୟ କରି ବୃଦ୍ଧା ମାନଙ୍କୁ ତାଙ୍କର ଶେଷ ଠିକଣା ଆଶ୍ରମ ବୋଲି କହିଛନ୍ତି ।ଫିଲ୍ମ କୁ ଦର୍ଶକ ମାନେ ବେଶ୍ ଉପଭୋଗ କରିଥିବା ବେଳେ ଶେଷ ସମୟରେ ଦର୍ଶକ ମାନଙ୍କ ଆଖିରୁ ଲୁହ ଜକେଇ ଆସିଥିଲା ।କଳାକାର ମାନେ ଫିଲ୍ମ ମାଧ୍ୟମରେ କଳାକୁ ଜୀବନ୍ତ ରୂପ ଦେଇପାରିଥିଲେ ।