ଖଣ୍ଡିଦେଉଳି ହାଇସ୍କୁଲରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳନ।
ଗଞ୍ଜାମ(ବିନୋଦ ଚନ୍ଦ୍ର ପଲାଇ):-ଗଞ୍ଜାମ ବ୍ଳକ ଅନ୍ତର୍ଗତ ଖଣ୍ଡଦେଉଳି ହାଇସ୍କୁଲ ପ୍ରାଙ୍ଗଣରେ ରାଷ୍ଟୀୟ ହିନ୍ଦୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଗଂଜାମ ବ୍ଳକ୍ ଗୋଷ୍ଠୀ ଶିକ୍ଷାଧିକାରୀ ମହୋଦୟା ସୁଚିତ୍ରା ପ୍ରାଣିଗ୍ରାହୀ ଯୋଗ ଦେଇଥିଲେ ।
ସମ୍ମାନିୟ ଅତିଥି ରୂପେ
ଅତିରିକ୍ତ ବ୍ଲକ୍ ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀ ବିଜୟ ଚନ୍ଦ୍ର ବେହେରା , ଖଣ୍ଡଦେଉଳି ଗ୍ରାମର ସରପଞ୍ଚ ଶ୍ରୀ ବୈରାଗୀ ବେହେରା ଯୋଗ ଦେଇଥିଲେ । ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଡଃ ଶଙ୍କର ନାରାୟଣ ବେଜଙ୍କ ସଭାପତିତ୍ୱରେ ଏହା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ସୁଦର୍ଶନ ବେହେରା ସ୍ୱାଗତ ଭାଷଣ ଦେଇଥିଲେ । ବିଦ୍ୟାଳୟର ଗଣିତ ଶିକ୍ଷୟିତ୍ରୀ ଶ୍ରୀମତୀ ଜି ନିରୁପମା ଦୋରା ହିନ୍ଦୀ ଭାଷାର ଗୁରୁତ୍ୱ ଉପରେ ନିଜର ଅଭିଭାଷଣ ଦେଇଥିଲେ । ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ସୁରଜ ପ୍ରଧାନ ଓ ଛାତ୍ରୀ ଶୃତି ମହାପାତ୍ର ହିନ୍ଦୀ ଦିବସର ମହତ୍ୱ ଉପରେ ସେମାନଙ୍କର ସୁନ୍ଦର ଅଭିଭାଷଣ ରଖିଥିଲେ । ସଭାକାର୍ଯ୍ୟରେ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଏହି ଅବସରରେ ସଂସ୍କୃତ ଦିବସ ଉପଲକ୍ଷେ ସଂସ୍କୃତ ଶିକ୍ଷୟିତ୍ରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ବଡଯେଜାଙ୍କ ସହଯୋଗରେ ଛାତ୍ରୀ କାବେରୀ ପ୍ରଧାନ ଓ ଲଭଲି ଗୌଡ ଅଭିଭାଷଣ ରଖିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ମହୋଦୟା ପୁରସ୍କୁତ କରିଥିଲେ । ସର୍ବଶେଷରେ ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିଘ୍ନରାଜ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।