ସରକାର ଏବଂ ପ୍ରଶାସନ ର ମିଳିତ ସକାରାତ୍ମକ ପ୍ରତିଶ୍ରୁତି ରେ ଧାରଣା ସାମୟିକ ସ୍ଥଗିତ: ଦକ୍ଷିଣ ଓଡ଼ିଶା ରେଳପଥ ମିଳିତ କ୍ରିୟାନୁଷ୍ଠାନ କମିଟି

0
Spread the love

ବ୍ରହ୍ମପୁର:-ଇଷ୍ଟ କୋଷ୍ଟ ରେଳବାଇ ବିଭାଗର ଦକ୍ଷିଣ ଓଡ଼ିଶା ସହ ବ୍ରହ୍ମପୁର ପ୍ରତି ଦୀର୍ଘ ୭୫ ବର୍ଷର ବୈମାତୃକ ମନୋଭାବ ବିରୋଧରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଧାରଣା ଛଅଦିନ ହେଲା ଚାଲିଥିଲେ ମଧ୍ଯ କୌଣସି ସୁଫଳ ମିଳିନଥିଲା କିନ୍ତୁ ଆଜି ତାହା କିଛି ମାତ୍ରାରେ ସଫଳ ହୋଇଛି। ନିର୍ବାଚିତ ସାଂସଦ, ବିଧାୟକ ଏବଂ ଜିଲ୍ଲାପ୍ରଶାସନ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ନଜରରେ ରଖି ବିଳମ୍ବରେ ହେଲେ ମଧ୍ୟ ସୀମିତ ସମୟ ଭିତରେ କର୍ଯ୍ୟନ୍ଵିତ କରିବା ପାଇଁ ସକାରାତ୍ମକ ପ୍ରତିଶ୍ରୁତି ଦେଇଥିବା ଯୋଗୁଁ ବିଭିନ୍ନ ମହଲରେ ପ୍ରଶଂସା ହେଉଛି ।

ବର୍ତ୍ତମାନ ଦକ୍ଷିଣ ଓଡ଼ିଶାର ବିଭିନ୍ନ ୬୦ରୁ ଉର୍ଦ୍ଧ ସଂଗଠନ ଓ ଦକ୍ଷିଣ ଓଡ଼ିଶାର ପ୍ରାୟ ୨ କୋଟି ଜନତାଙ୍କ ମନରେ କୁହୁଳୁ ଥିବା ଅଗ୍ନିକୁ ପ୍ରଶମିତ କରିବା ପାଇଁ ଏହା ଏକ ରାଜନୀତିକ ଚାଲ ନୁହଁତ ବୋଲି ଦକ୍ଷିଣ ଓଡ଼ିଶାର ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

ଦକ୍ଷିଣ ଓଡ଼ିଶାର ସର୍ବାଙ୍ଗିନ ଉନ୍ନତି ପାଇଁ
ଦକ୍ଷିଣ ଓଡ଼ିଶା ରେଳପଥ ମିଳିତ କ୍ରିୟାନୁଷ୍ଠାନ କମିଟିର ଦୀର୍ଘ ୬ ଦିନର ଶାନ୍ତିପୂର୍ଣ୍ଣ ଧାରଣା ଆଜି ସାମୟିକ ଭାବେ ସ୍ଥଗିତ ରଖାଗଲା ସରକାର ଏବଂ ପ୍ରଶାସନ ର ମିଳିତ ସକାରାତ୍ମକ ପ୍ରତିଶ୍ରୁତି
ପରେ।

ଯଦି ଆଗାମୀ ଦିନରେ ଏହି ୭ ଗୋଟି ଦାବି ପୂରଣ ନହୁଏ ତେବେ ୬୦ ରୁ ଉର୍ଦ୍ଧ ସଙ୍ଗଠନ ମିଳିମିଶି ରେଳରୋକ କରିବା ସହ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବେ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମତ ପ୍ରକାଶ ପାଇଛି।

ବର୍ତ୍ତମାନ ସାଂସଦ, ବିଧାୟକ ଏବଂ ପ୍ରଶାସନ ଦେଇଥିବା ପ୍ରତିଶୃତିର ଅପେକ୍ଷାରେ ରହିଛନ୍ତି ୬୦ ରୁ ଉର୍ଦ୍ଧ ସଂଗଠନ ଓ ଦକ୍ଷିଣ ଓଡ଼ିଶାର ପ୍ରାୟ ୨ କୋଟି ଜନସାଧାରଣ।କିନ୍ତୁ ଦାବିକୁ ନ ସୁଧାରିଥିଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି।

ସାଂସଦ ଏବଂ ବିଧାୟକ ଙ୍କ ପ୍ରତିଶ୍ରୁତି କୁ ମିଳିତ କାର୍ଯ୍ୟାନୁଷ୍ଠାନ କମିଟି ସ୍ବାଗତ କରିଥିବା ଜଣାପଡିଛି। ଧାରଣାକୁ ଜନସାଧାରଣଙ୍କ ସହଯୋଗ ମିଳିବା ଏବଂ ୬୦ ରୁ ଉର୍ଦ୍ଧ ସଙ୍ଗଠନ ମିଳିମିଶି କ୍ରିୟାନ୍ୱିତ କରିବା ପରେ ଦକ୍ଷିଣ ଓଡ଼ିଶା ସହ ବ୍ରହ୍ମପୁରର ଉନ୍ନତି ହେବ ବୋଲି ଆଶା ରଖିଛନ୍ତି ସର୍ବସାଧାରଣ।

ଯଦି ସରକାର ଏବଂ ଜିଲ୍ଲା ଅଧିକାରୀଙ୍କ ପ୍ରତିଶ୍ରୁତି ପୂରଣ ନହୁଏ, ଆଗାମୀ ଦିନରେ ସହରର ସର୍ବାଙ୍ଗିନ ଉନ୍ନତି କଳ୍ପେ ଏକ ବଡ ଧରଣର ଆନ୍ଦୋଳନର ରୂପ ନେବ ବୋଲି କମିଟି କହିଛି। ଶେଷରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଡଃ. ସୁବାଷ ସାହୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏବଂ ଏଥିରେ ବିଜେପି, ଆର.ଏସ.ଏସ ଏବଂ ଅନ୍ୟାନ୍ୟ ସଙ୍ଗଠନ ର ପୂର୍ଣ୍ଣ ସହଯୋଗ ଥିଲା।

ଆଜିର ଏହି କାର୍ଯ୍ୟକ୍ରମରେ ସାଂସଦ, ବିଧାୟକ ଏବଂ ଜିଲ୍ଲା ପ୍ରଶାସନ ସହ ଆଲୋଚନା ଚକ୍ରରେ ଦକ୍ଷିଣ ଓଡ଼ିଶା ରେଳପଥ ବିକାଶ ମିଳିତ କ୍ରିୟନୁଷ୍ଠାନ କମିଟିର ଆବାହକ ତଥା ବରିଷ୍ଠ ଆଇନଜୀବି ତଥା ପ୍ରଗତିଶୀଳ ଉତ୍କଳ ସମାଜର ରାଜ୍ୟ ସମ୍ପାଦକ ସରୋଜ ରଞ୍ଜନ ପଟ୍ଟନାୟକ, ବରିଷ୍ଠ ଅବସରପ୍ରାପ୍ତ ପ୍ରଶାସକ ଡଃ. ବାଳକୃଷ୍ଣ ପଣ୍ଡା, ସ୍ଥାୟୀ ବିକାଶ ଲକ୍ଷ୍ୟର ସଭାପତି, ମାନବାଧିକାର କର୍ମୀ ତଥା ଏହି କମିଟିର ମିଡ଼ିଆ ସଂଯୋଜକ ରବୀନ୍ଦ୍ର କୁମାର ମିଶ୍ର, ବରିଷ୍ଠ ସାମ୍ବାଦିକ ସୁଦୀପ୍ତ ସାହୁ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଏବଂ ବରଗଛ ସୁରକ୍ଷାର ସଭାପତି ଲୋକନାଥ ପରିଡ଼ା, ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ପକ୍ଷରୁ ଆଇନଜୀବି ଡଃ. ଶିବ ପ୍ରସାଦ ମିଶ୍ର, ପ୍ରଗତିଶୀଳ ଉତ୍କଳ ସମାଜର ସୂର୍ଯ୍ୟନାରାୟଣ ବେହେରା, ଡି. କେଶବ ରାଓ, ମହେଶ୍ୱର ବାଡତ୍ୟା, ଆଇନଜୀବି ହେମନ୍ତ ପଣ୍ଡା, ସୋମନାଥ ନାୟକ, ସାରା ଲୌରେନ୍, ମାନବାଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା, ବରିଷ୍ଠ ଅବସରପ୍ରାପ୍ତ ଅଧିକାରୀ ପ୍ରବୀଣ ପଟ୍ଟନାୟକ, ସମାଜସେବୀ ଆଦିତ୍ୟ ନାରାୟଣ ରଥ, ଫୋରମ୍ ଫର୍ ଗଞ୍ଜାମ ଇ. ଟି. ରାଓ, ଛାତ୍ର ନେତା ପପୁନ ସାହୁ, ସରସ୍ଵତୀ ଶିଶୁ ମନ୍ଦିର ବଡକୋଦଣ୍ଡା ଟ୍ରଷ୍ଟି ସତ୍ୟ ନାରାୟଣ ପାତ୍ର, ପୂର୍ବତନ ବ୍ଲକ ଚେୟାରମେନ ଓ ଆଇନଜୀବୀ ଏନ୍ . ଭିମାରଜୁ ରେଡ୍ଡୀ, ଗୋପାଳପୁର ମଣ୍ଡଳ ସଭାପତି ପଞ୍ଚୁ ବେହେରା, ଅବସରପ୍ରାପ୍ତ ବ୍ୟାଙ୍କ୍ କର୍ମଚାରୀ କାଳିଦାସ ଗୌଡ, ସିନ୍ଧବା ଏବଂ ଭିଷ୍ମଗିରୀ ରୁ ପିତାମ୍ବର ଗୌଡ, ରବୀନ୍ଦ୍ର ଗୌଡ, ବୃନ୍ଦାବନ ପଣ୍ଡା, ବରିଷ୍ଠ ନାଗରିକ ମଞ୍ଚ ପ୍ରଣୟ ମହାରଣା, ଶିକ୍ଷକ ମହାସଂଘର ଅଶୋକ କୁମାର ଦଳେଇ, ପଦ୍ମଚରଣ ଦାସ, ଆଇନଜୀବି ଏବଂ ସମାଜସେବୀ ସିରିନ୍ ତମ୍ମନା, ବରିଷ୍ଠ ସାମ୍ବାଦିକ ବାସୁଦେବ ବିଷୋୟୀ, ବରିଷ୍ଠ ସମାଜସେବୀ ତଥା ବହୁମୁଖି ସମାଜ ମଙ୍ଗଳ ସାଂସ୍କୃତିକ ପରିଷଦର ମାନସ ରଞ୍ଜନ ପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁଣୁପୁର ନାଗରିକ ସାମ୍ମୁଖ୍ୟ ର ବାସୁଦେବ ସାହୁକାର, ଶିକ୍ଷକ ନେତା ଅବସରପ୍ରାପ୍ତ କାମରଜୁ ମହାରଣା, ଫୋରମ୍ ଫର୍ ଗଞ୍ଜାମ ର ସୁଧୀର ରାଉତ, ଆମ ସଂସ୍କୃତି ଏବଂ ଆମ ପରମ୍ପରା ର ସଭାପତି ସୂର୍ଯ୍ୟ ନାରାୟଣ ଦାସ, ଜନସଂଖ୍ୟା ଫାଉଣ୍ଡେସନର ଜିଲ୍ଲା ସଭାପତି ଅଶ୍ୱିନୀ କୁମାର ରଥ, ସମାଜସେବୀ ଉମା ବିଷୋୟୀ, ସୌନ୍ଦ୍ଧିକ ସମାଜ ରାୟଗଡାର ସଭାପତି ଅଶୋକ କୁମାର ସାହୁ, ତ୍ରିନାଥ ମହାପାତ୍ର, ଜମୁଲା ସୁରେଶ, ଦୀପକ ପଣ୍ଡା, ଧବଳ ବେହେରା, ପୋଲସରା ଯୁବ ମଞ୍ଚ ନୀଳମାଧବ ସାହୁ, ସୁରେନ୍ଦ୍ର ନାଥ ରାଉତ, ଗଞ୍ଜାମ ଘରୋଇ ମୋଟର କର୍ମଚାରୀ ସଂଘ ଚିତ୍ତ ରଞ୍ଜନ ପ୍ରହରାଜ, ଉମେଶ ପ୍ରଧାନ, ଅବସରପ୍ରାପ୍ତ ଚିକିତ୍ସକ କେ. ନନ୍ଦେଶୁ ସେନାପତି, ଲକ୍ଷ୍ମୀ ନାରାୟଣ ପାଢ଼ୀ, ଓ ଓଡ଼ିଶା ବିକାଶ ପରିଷଦର ପ୍ରିତିଶ ପାଣିଗ୍ରାହୀ, ଏମ. ଯାଭେଦ ବେଗ ଗଞ୍ଜାମ ଅଟୋ ସଂଘ ଓ ଟ୍ରକ ମହାସଂଘ ପ୍ରମୁଖ ଅଂଶଗ୍ରହଣ କରି ଆଜିର ଆନ୍ଦୋଳନ କୁ ଆହୁରି ତୀବ୍ର ରୂପ ଦେଇଥିଲେ।

Leave a Reply

Your email address will not be published. Required fields are marked *