ଆଇସିଏଆର ପରୀକ୍ଷା ରେ ଗଞ୍ଜାମ ବ୍ଳକର ମଧୁସ୍ମିତା ସର୍ବଭାରତରେ ଦ୍ୱିତୀୟ।

0
Spread the love


ଗଞ୍ଜାମ (ବିନୋଦ ଚନ୍ଦ୍ର ପଲାଇ):-ଗଞ୍ଜାମ ବ୍ଳକର ହେଚ. ବୁରୁଡି ଗ୍ରାମର ମଧୁସ୍ମିତା ନାହାକ,ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ICAR) ସ୍ନାତକୋତ୍ତର ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଦ୍ଵିତୀୟ ସ୍ଥାନ ହାସଲ,କରିଛନ୍ତି l ଯାହା ନିଜ ଅଞ୍ଚଳ,ଗଞ୍ଜାମ ଜିଲ୍ଲା, ରାଜ୍ୟ ପାଇଁ ଗୌରବ ଆଣିପାରିଛନ୍ତି l
ଗଞ୍ଜାମ ବ୍ଳକ ଅନ୍ତର୍ଗତ ହେଚ. ବୁରୁଡି ଗ୍ରାମର ବାସିନ୍ଦା ତଥା ରାଜୁ ଢାବାର ପ୍ରୋପାଇଟର ଓ ପୂର୍ବତନ ବ୍ଳକ ଉପାଧକ୍ଷ ପ୍ରଭାକର ନାହାକ ଓ ଶିକ୍ଷୟତ୍ରୀ ମମତା ରାଉତରାୟଙ୍କ କନ୍ୟା ମଧୁସ୍ମିତା ପିଲାବେଳୁ ମେଧାବୀ ଛାତ୍ରୀ ଅଟନ୍ତି l ଚଳିତବର୍ଷ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ICAR) ସ୍ନାତକୋତ୍ତର ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଦ୍ଵିତୀୟ ସ୍ଥାନ ହାସଲ କରିଛନ୍ତି l
ସେ ଜାତୀୟସ୍ତରରେ ମୋଟ ଉପରେ ଦ୍ଵିତୀୟ ସ୍ଥାନରେ ଥିଲା ବେଳେ OBC ବର୍ଗରେ ପ୍ରଥମ ସ୍ଥାନରେ ରହିଛନ୍ତି l ପ୍ରମୁଖ ବିଷୟ ଗ୍ରୁପ୍ ” କମ୍ୟୁନିଟି ସାଇନ୍ସ” ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ମଧୁସ୍ମିତା l ଦିଲ୍ଲୀ ବିଶ୍ୱବିଦ୍ୟାଳୟର କମନ୍ ୟୁନିଭର୍ସିଟି ଏଣ୍ଟ୍ରାର୍ଶ ପରୀକ୍ଷା, ସିୟୁଟି ପିଜି ରେ ମଧ୍ୟ ଉତ୍ତମ ରେଙ୍କ୍ ରଖି ସୁରକ୍ଷିତ ଆସନ ପାଇଛନ୍ତି l ସେ ଡ଼ାକ୍ତର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ଵବିଦ୍ୟାଳୟ (ବିହାର) ର ୨୦୨୦-୨୦୨୪ ବ୍ୟାଚ ଏକାଡେମୀକ୍ ଟପ୍ପର ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିପାରିଛନ୍ତି l ସର୍ବଭାରତୀୟ ସ୍ତରରେ ଦ୍ଵିତୀୟ ରେଙ୍କ୍ ରଖିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛିl

Leave a Reply

Your email address will not be published. Required fields are marked *