ମୃତବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ନିୟନ୍ତ୍ରଣ ଦାୟିତ୍ୱ!

0
Spread the love

ଭୁବନେଶ୍ଵର :-ଆସନ୍ତା ୧୭ ତାରିଖରେ ମହିଳା ଓ ଶିଶୁକଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଭାରତର ପ୍ରଧାନମନ୍ତ୍ରୀ ଆସିବା ସମୟରେ ଜନସାଧାରଣଙ୍କ ଗହଳି ଓ ଶାନ୍ତିଶୃଙ୍ଖଳା ରକ୍ଷାକରିବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ୫୦ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ନାମ ପ୍ରକାଶ ପାଇଥିବା ତାଲିକାରେ ମୃତ୍ୟୁବରଣ କରିଥିବା OCAC ର ତତ୍କାଳୀନ ବରିଷ୍ଠ ଅଧିକାରୀ ୰ପ୍ରବୋଧ କୁମାର ରାଉତଙ୍କୁ ମନୋନୟନ କରାଯାଇଛି! ସବୁଠାରୁ ଆଶ୍ଚର୍ଯ୍ୟ କଥା କି ପ୍ରବୋଧ କୁମାର ରାଉତଙ୍କ ଏକବର୍ଷ ପୁର୍ବରୁ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ସମ୍ପର୍କରେ ବିଭାଗ ନିକଟରେ ତଥ୍ୟ ଅଛି ନା ନାହିଁ ଏହା ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *