ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରରାଷ୍ଟ୍ର ମନ୍ତ୍ରୀ ସତ୍ୟ ପାଲ ସିଂ ବାଘଏଲ।
ପୁରୀ : ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରରାଷ୍ଟ୍ର ମନ୍ତ୍ରୀ ସତ୍ୟ ପାଲ ସିଂ ବାଘଏଲ । ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଦେଶର ସୁଖ, ସମୃଦ୍ଧି ସମଗ୍ର ଦେଶ ବାସୀଙ୍କ ମଙ୍ଗଳ କାମନା ସହ ସମସ୍ତଙ୍କର ପ୍ରଗତି ପାଇଁ ପ୍ରାର୍ଥନା କରିଥିଲେ। କେନ୍ଦ୍ରରାଷ୍ଟ୍ର ମନ୍ତ୍ରୀ ସତ୍ୟ ପାଲ ସିଂ ବାଘଏଲଙ୍କୁ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା।