କଣ୍ଟିଆଗଡ଼ ଗ୍ରାମରେ ସୁନାମି ସଚେତନତା କାର୍ଯ୍ୟକ୍ରମ ଅନଷ୍ଠିତ।

0
Spread the love

ଗଞ୍ଜାମ(ପବିନୋଦ ଚନ୍ଦ୍ର ପଲାଇ):-ଗଞ୍ଜାମ ବ୍ଲକ ଅଧିନସ୍ଥ କଣ୍ଟିଆଗଡ଼ ଗ୍ରାମରେ ରିଲିଆନ୍ସ ଫାଉଣ୍ଡେସନ ଓ କାମଧେନୁ ସେବା ସମିତି ସଂଗଠନର ମିଳିତ ଆନୁକୂଲ୍ୟରେ ଏକ ସୁନାମି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା. ରିଲିଆନ୍ସ ଫାଉଣ୍ଡେସନର କର୍ମୀ ଜ୍ୟୋତିର୍ମୟ ବିଶ୍ୱାଳ ସୁନାମିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ସରକାରୀ ନିୟମବଳୀ ଗୁଡିକୁ ପ୍ରାଧାନ୍ୟ ଦେଇଥିଲେ. ଜରୁରୀକାଳୀନ ପ୍ରାକ ସୂଚନା, ଗୋଷ୍ଠୀ ସଚେତନତା ତଥା ବିପର୍ୟ୍ଯୟକୁ ମୁକାବିଲା କରିବା ପାଇଁ ଧର୍ଯ୍ୟ ହିଁ ମୂଳମନ୍ତ୍ର ବୋଲି ଅଂଶଗ୍ରହଣକାରୀ ମତପ୍ରକାଶ କରିବା ସହ ଏହି ସୂଚନାକୁ ପରିବାରରେ ଆଲୋଚନା କରିବାପାଇଁ ନିଷ୍ପତି ନେଇଥିଲେ. ତାଲିମଦାତା ଶ୍ରୀ ଟୁନା ମହାରଣା ରାଜ୍ୟର ଚିହ୍ନଟ କରାଯାଇଥିବା ସୁନାମି ପ୍ରବଣ ଅଂଚଳ ଭିତରେ ଏହି ଗ୍ରାମଟି ସ୍ଥାନ ପାଇଥିବାରୁ ଏଥିରୁ ନିଜକୁ ପ୍ରସ୍ତୁତି ରଖିବାପାଇଁ କୌଶଳ ମାନ ବର୍ଣନା କରିଥିଲେ. ଓସ୍ଡ଼ମା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଦେବେନ୍ଦ୍ର ନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତ ସରକାରୀ ଯୋଜନା ଓ ଗୋଷ୍ଠୀର ଦାୟିତ୍ୱ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ. ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ପ୍ରଧାନ , ଅଙ୍ଗନବାଡି କର୍ମୀ ଉନିତା ମହାରଣା ,ତଥା ଅନ୍ୟାନ୍ୟ ଗ୍ରାମବାସୀ ଉପସ୍ଥିତ ରହି ସୁନାମିର ଭାୟାବହତା ଓ ପ୍ରସ୍ତୁତ ବିଷୟରେ ସଚେତନତା ପାଇଥିଲେ. ତତସହ କଣ୍ଟିଆଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ସୁନାମି ବିଷୟ ସଚେତନତା ପାଇଥିଲେ. ନରସିଂହ ସ୍ୱାଇଁ ସମ୍ପାଦକ ବାତ୍ୟା ଆଶ୍ରୟସ୍ଥଳୀ କଣ୍ଟିଆଗଡ଼ ପରିଚାଳନା ରେ ସହଯୋଗ କରିଥିଲେ.

Leave a Reply

Your email address will not be published. Required fields are marked *