ବିଧାନସଭା ପରେ ନିର୍ବାଚନମଣ୍ଡଳୀରେ ପ୍ରଭାତୀ ପରିଡାଙ୍କୁ ଭବ୍ୟ ସ୍ୱାଗତ

0
Spread the love

ଭୁବନେଶ୍ୱର(ରବୀନ୍ଦ୍ର କୁମାର): ଗତକାଲି ବିଧାନସଭାର କାର୍ଯ୍ୟକାଳ ଶେଷହେବା ପରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିଜ ନିର୍ବାଚନମଣ୍ଡଳୀ ନିମାପଡା ଗସ୍ତ କରିଥିଲେ I ନିମାପଡାରେ ସୁଭଦ୍ରା ଯୋଜନାକୁ ନେଇ ଜନତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା I ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଖୋଲାଜିପ୍ ରେ ଏକ ବିଶାଳ ଶୋଭାଯାତ୍ରାରେ ବିରାଟ ଜନ ସମୁଦ୍ର ଦ୍ୱାରା ସ୍ୱାଗତ କରାଯାଇଥିଲା I ସୁଭଦ୍ରା ଯୋଜନାର କ୍ରିୟାନ୍ୱୟନର ବଡ଼ ଦାୟିତ୍ୱ ପ୍ରଭାତୀଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ହାତରେ ରହିଛି I ସୁଭଦ୍ରା ଯୋଜନାର ଶୁଭାରମ୍ଭକୁ ନେଇ ମା’ ଏବଂ ଭଉଣୀଙ୍କ ମଧ୍ୟରେ ଅକୁଣ୍ଠ ଉତ୍ସାହ ଦେଖିବାକୁ ମିଳିଥିଲା I
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କୁଅଁରପୁରର ଖେଲାର ବଜାରଠାରୁ ବାଣିଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ମା’ ପାଇଁ ଗଛଟିଏ ଅଭିଯାନରେ ସାମିଲ ହୋଇଥିଲେ ଏବଂ ବାଣିଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଚାରାଟିଏ ରୋପଣ କରିଥିଲେ I
ପରେ ଶ୍ରୀମତୀ ପରିଡା ନିମାପଡ଼ା ବୁଦ୍ଧିଜୀବୀ ନାଗରିକ ମଞ୍ଚ ତରଫରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେବା ସହ ଆତ୍ମୀୟ ସମ୍ବର୍ଦ୍ଧନା ପାଇଁ ନିମାପଡ଼ା ଅଞ୍ଚଳର ବୁଦ୍ଧିଜୀବୀମାନଙ୍କୁ କୃତଜ୍ଞତା ଜଣାଇଥିଲେ I ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ସଭାରେ ଖେଲାର ଅଞ୍ଚଳର ୮୦ ଟି ସରକାରୀ ଓ ବେସରକାରୀ ଅନୁଷ୍ଠାନ ତରଫରୁ ସ୍ଥାନୀୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ସମ୍ବର୍ଦ୍ଧନା ସଭାରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତା, ଛାତ୍ର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସମେତ ସ୍ଥାନୀୟ ଅଂଚଳର ଅନେକ ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *