ଭୋଟର ତାଲିକାରେ ନୂଚନ ଭୋଟରଙ୍କ ନାମ ସଂପୃକ୍ତ କରିବା ନେଇ ଜିଲ୍ଲାସ୍ତରୀୟ ବୈଠକ।

0
Spread the love

ଛତ୍ରପୁର:-ରାଜ୍ୟ ସରକାରଙ୍କ ଗୃହ ବିଭାଗ ଅର୍ଧନ ନିର୍ବାଚନ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଗତ ଅଗଷ୍ଟ 20 ତାରିଖରୁ ଆରମ୍ଭ ହୋଇଯାଇଛି । ଏଥି ସକାଶେ ଜିଲ୍ଲା ସ୍ତରରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଜାଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀ ଭୋଇ ଜଣାଇଥିଲେଯେ, ଆସନ୍ତା ଅକ୍ଟୋବର ମାସ 18 ତାରିଖ ପର୍ଯ୍ୟନ୍ତ ସଂଶୋଧନ କାର୍ଯ୍ୟ ଚାଲିବ । ଭୋଟର ଗଣ ନିଜ ଅଞ୍ଚଳର ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କ ଠାରେ ଉପଲବ୍ଧ ଥିବା ଭୋଟର ତାଲିକା ସାଂଚ୍ କରିପାରିବେ । ଭୋଟର ତାଲିକାରେ ରହିଥିବା ତୃଟି ଗୁଡିକୁ ସଂପୃକ୍ତ ଫର୍ମ ପୂରଣ କରି ସଂଶୋଧନ କରାଇ ପାରିବେ । ଭୋଟର ତାଲିକାରେ ନିଜ ନାମ, ଠିକଣା ଭୂଲ୍ ଥିଲେ ସଂଶୋଧନ କରାଇ ପାରିବେ । ତତ୍ ସହିତ ସ୍ଥାନ ପରିବର୍ତ୍ତନ କରିବା ନିମନ୍ତେ ମଧ୍ୟ ନିର୍ଦ୍ଧାରିତ ଆବେଦନ ପତ୍ର ପୂରଣ କରି ସଂଶୋଧନ କରାଇ ନେବେ । ମୃତ ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ୍ କରିପାରିବେ । ଯୁବ ଭୋଟର ଯେଉଁ ମାନଙ୍କପର ଜନ୍ମ 01.01.2006 ଠାରୁ 01.01.2007 ମଧ୍ୟରେ ରହିଥ‌ିବ ସେମାନେ ନିର୍ଦ୍ଧାରିତ ଫର୍ମ ପୂରଣ କରି କିମ୍ବା ଅନଲାଇନ୍ ରେ ଭୋଟର ଆପ୍ ଜରିଆରେ ପୂରଣ କରି ନିଜ ନାମ ସଂଯୁକ୍ତ କରାଇ ପାରିବେ । ଏତତ୍ ବ୍ୟତୀତ ଚଳିତ ଥର ସୋସିଆଲ ମିଡିଆ ପ୍ରତିଯୋଗିତା ଆୟୋଜନ କରାଯାଇଛି । 18 ବର୍ଷରୁ 25 ବର୍ଷ ମଧ୍ୟରେ ରହିଥ‌ିବା ଯୁବ ଭୋଟରଗଣ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରିବେ । 20 ରୁ 30 ସେକେଣ୍ଡର ଛୋଟଛୋଟ ଭିଡିଓ ପ୍ରସ୍ତୁତ କରି ନିଜ ସୋସିଆଲ୍ ମିଡିଆରେ ଅପ୍ ଲୋଡ଼ କରି ପ୍ରଶାସନ ଦ୍ବାରା ପ୍ରଦତ୍ତ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ପ୍ରଦତ୍ତ ସୋସିଆଲ ମିଡିଆ ରେ ଟ୍ୟାଗ୍ କରି ପ୍ରତି ସପ୍ତାହରେ ଜିଲ୍ଲା ସ୍ତରରେ 300 ଟଙ୍କା ଏବଂ ରାଜ୍ୟ ସ୍ତରରେ 500 ଟଙ୍କା ପର୍ଯ୍ୟନ୍ତ ପ୍ରିପେଡ୍ ରିଚାର୍ଜ ଭାଉଚର୍‌ ପାଇ ପାରିବେ । ପ୍ରତି ସପ୍ତାହରେ ତିନି ଜଣ ଶ୍ରେଷ୍ଠ ଯୁବକଙ୍କ ଭିଡିଓ ନିମନ୍ତେ ପୁରସ୍କୃତ ହେବେ । ଏଭଳି ୨୦ ଜଣଙ୍କୁ ପୁରସ୍କୃତ କରାଯିବ । ନିଜ ରିଲ୍ ପ୍ରସ୍ତୁତ କରି ନିଜ ନାମ, ଯୋଗାଯୋଗ ଫୋନ ନମ୍ବର ଏବଂ କେଉଁ ଜିଲ୍ଲାରୁ ତାହା ଦର୍ଶାଇ ଅପ୍ ଲୋଡ଼ କରାଇବାକୁ କୁହାଯାଇଛି । (https://www.facebook.com/Ganjamadmin.https://

www.youtube.com/@districtadministrationganj5197https://x.com/Ganjam

Admin, https://www.instagram.com/ganjam admin/) এ ฯ ฯ ดิด প্রমা 016Q (Facebook:Ceoodisha, “X”:@OdishaCeo, Instagram: Odishaceo & Youtube:Chief Electoral Officer Odisha) 6 ข ପ୍ରସ୍ତୁତ ନିମନ୍ତେ ସଂଳାପ – “ଯୁବଶକ୍ତି ହେଉଛନ୍ତି ଆମ ଗଣତନ୍ତ୍ରର ମେରୁଦଣ୍ଡ । ଯଦି ଆପଣ 18 ବର୍ଷର ହୋଇ ସାରିଛନ୍ତି କିମ୍ବା ତା.01.01.2025 ସୁଦ୍ଧା 18 ବର୍ଷର ହେବାକୁ ଯାଉଛନ୍ତି, ତେବେ ଏକ ସଚେତନ ନାଗରିକ ଭାବେ ଭୋଟର ଲିଷ୍ଟରେ ନିଜକୁ ପଞ୍ଜିକୃତ କରାନ୍ତୁ । ଆଜି ହିଁ ନିକଟସ୍ଥ ବୁଥ୍ ସହ ଯୋଗାଯୋଗ କରନ୍ତୁ । ଏହି ସୁବିଧା ଭୋଟର ହେଲ୍ଡ ଲାଇନ୍ ଆପ୍ / voters.eci.gov.in ତ‌ଥା ଅପ୍ ଲାଇନ୍ ରେ Booth Level Officer ଙ୍କ ନିଟକରେ ଉପଲବ୍ଧ” ଏହି ରିଲ୍ ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିବା ନିମନ୍ତେ ଅନୁରୋଧ କରାଯାଇଛି ।

ବୈଠକରେ ଡେପୁଟି କଲେକ୍ଟର, ନିର୍ବାଚନ ରାଜେଶ କୁମାର ଇକ୍କା, ଆସିଷ୍ଟାଣ୍ଟ କଲେକ୍ଟର, ନିର୍ବାଚନ ଓମ୍ ପ୍ରକାଶ ପରିଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *