ପୁଣି ଥରେ ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ରେ , ବୁଦ୍ଧିଷ୍ଟ୍ ଟାଏକୋଣ୍ଡୋ ଏକାଡେମୀ ର କ୍ରୀଡାବିତ୍ ମାନଙ୍କର ସଫଳତା

0
Spread the love


ପୁରୀ (ରବୀନ୍ଦ୍ର କୁମାର):-ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ରେ , ବୁଦ୍ଧିଷ୍ଟ୍ ଟାଏକୋଣ୍ଡୋ ଏକାଡେମୀ କ୍ରୀଡାବିତ୍ ମାନେ ନିଜ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଅର୍ଜନ କରି ପାରିଛନ୍ତି।

ଚଳିତ ମାସ ତା ୭ ସେପ୍ଟେମ୍ବର ରୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ଆଗ୍ରା ଠାରେ *ଟାଏକୋଣ୍ଡୋ ଫେଡରେଶନ୍ ଅଫ୍ ଇଣ୍ଡିଆ* ଆନୁକୁଲ୍ୟରେ ୪୧ତମ ଜୁନିଅର୍ ଓ ୩୮ତମ ଶବ୍ ଜୁନିଅର୍ ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ଏହି ପ୍ରତିଯୋଗିତାରେ ବୁଦ୍ଧିଷ୍ଟ୍ ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ୪ଜଣ ବାଳକ ବାଳିକା ସମେତ କୋଚ୍ ସଂଯୁକ୍ତା ବରାଳ ୫ସେପ୍ଟେମ୍ବର ସକାଳ ୧୦.୫୦ ସମୟରେ ଆଗ୍ରା ଅଭିମୁଖେ ଟ୍ରେନ୍ ରେ ଯାତ୍ରା ଆରମ୍ଭ କରିଥିଲେ।

ଏବଂ ଆଗ୍ରା ଠାରେ ଅନୁଷ୍ଠିତ ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ସବ୍ ଜୁନିଅର୍ ବାଳକ ବିଭାଗର Under-18 ଓଜନ ବର୍ଗରେ *ସାଇ କୃପା ମହାପାତ୍ର* ନିଜର ଦମଦାର୍ ଖେଳ ପ୍ରଦର୍ଶନ ଦେଖାଇ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ବେଳେ ବାଳିକା ବିଭାଗରେ Under-47 ଓଜନ ବର୍ଗ ରେ *ସୁଶ୍ରୀ ସମର୍ପିତା ପୃଷ୍ଟି* କାଂସ୍ୟ ପଦକ ହାସଲ କରି ନିଜ ଜିଲ୍ଲା ତଥା ରାଜ୍ୟ ପାଇଁ ସୁନାମ ଅର୍ଜନ କରିଛନ୍ତି।

ଏହି ଅବସରରେ ଓଡ଼ିଶା ଟାଏକୋଣ୍ଡୋ ଆସୋସିଏସନ୍ ର ସଭାପତି *ଶ୍ରୀ ବ୍ୟୋମକେଶ ଅଭିଳାଷ ପ୍ରସାଦ* ଓ ସମ୍ପାଦକ *ଶ୍ରୀ ମନମୋହନ ଭଞ୍ଜ* କ୍ରୀଡା ଜଗତରେ ଏହି କ୍ରୀଡାବିତ୍ ମାନେ କିପରି ଆହୁରି ସୁନାମ ଅର୍ଜନ କରିବେ ସେଥିପାଇଁ ତାଙ୍କ ଆଶିର୍ବାଦ ପ୍ରଦାନ ର ବିଷୟ, ବୁଦ୍ଧିଷ୍ଟ୍ ଟାଏକୋଣ୍ଡୋ ଏକାଡେମୀ ର ମୁଖ୍ୟ କୋଚ୍ ଶ୍ରୀ ବିଶ୍ଵନାଥ ନାୟକ ମତବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *