ପୁରୀ ସହର ରେ ବେଆଇନ ଗାଡ଼ି ପାର୍କି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ।

0
Spread the love

ପୁରୀ:-ଦୈନିକ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ଓ ଭକ୍ତ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି। ପୁରୀକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେନେଇ ପୁରୀ ପୋଲିସ ପ୍ରଶାସନ ତତ୍ପର ରହିଛି। ଏଭଳି ସମସ୍ୟା କିଛି ମାତ୍ରାରେ ବେଆଇନ ଗାଡି ପାର୍କି ନିମନ୍ତେ ମଧ୍ଯ ହେଉଛି। ତେବେ ବେଆଇନ ପାକଂକୁ ରୋକିବା । ପାଇଁ ପୋଲିସ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ଛକ ଗୁଡିକରେ ଯାନବାହାନ ଯାଞ୍ଚ ଓ ଏ ଦିଗରେ ତୀବ୍ର କାର୍ଯ୍ୟକାରିତା ଗ୍ରହଣ କରାଯାଉଛି। ଅନ୍ୟପଟେ ପୁରୀ ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ ଓ ଟ୍ରାଫିକ ଥାନା ଅଧିକାରୀ ସଂଗୀତ ଦାସ ମଧ୍ଯ ଟ୍ରାଫିକ ସମସ୍ୟା ନିଜେ ବୁଲି ତଦାରଖ କରୁଛନ୍ତି । ବିଶ୍ଵ ମାନଚିତ୍ରରେ ଶ୍ରୀକ୍ଷେତ୍ରର ପରିଚୟ ହେଉଛି ମହାପ୍ରଭୁ ଜଗନ୍ନାଥ । ସେହି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ପ୍ରାୟତଃ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ପୁରୀର ସ୍ଵର୍ଣମ ବେଳାଭୂମିର ମଜା ଉଠାଇବା ପାଇଁ ପର୍ଯ୍ୟଟକ ପୁରୀ ଆସୁଛନ୍ତି । ଯେତିକି ସହରରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି ସେତିକି ଟ୍ରାଫିକ ସମସ୍ୟା ମଧ୍ୟ ବଢୁଛି । ଅନେକ ସମୟରେ ପର୍ଯ୍ୟଟକମାନେ ଗାଡ଼ି ପାର୍କିକୁ ନେଇ ହଇରାଣ ହରକତ ହେଉଛନ୍ତି । ଖାସ କରି ଛୁଟି ଦିନମାନଙ୍କରେ ବେଳାଭୂମି ମାର୍ଗରେ ଟ୍ରାଫିକ ଜମି ଭଳି ସମସ୍ୟା ଦେଖୁବାକୁ ମିଳୁଛି।

Leave a Reply

Your email address will not be published. Required fields are marked *