ଚୋରି କରିବାକୁ ଯାଇ ଦମ୍ପତିଙ୍କୁ ହାଣିଲା ଦୁର୍ବୁତ୍ତ।
ବ୍ରହ୍ମପୁର(କୈଳାସ ଚନ୍ଦ୍ର ଚୌଧୁରୀ):-ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଗୌଡ଼ ସାହିରେ ବୁଧବାର ପ୍ରାୟ ରାତି ୩ଘଣ୍ଟା ସମୟରେ କିଛି ଦୁର୍ବୁତ୍ତ ସତୀଶଙ୍କ ଘରର ଛାତ ଉପରକୁ ଯାଇ ଘରର ଲୁହା ଗ୍ରିଲ୍ କାଟି ଘର ଭିତରକୁ ପ୍ରବେଶ କରୁଥିବା ବେଳେ ସତୀଶ ଓ ତାଙ୍କର ସ୍ତ୍ରୀଙ୍କ ନିଦ ଭାଙ୍ଗିଯାଇଥିଲା । ଏ ନେଇ ସତୀଶ କିଏ କିଏ ବୋଲି ପାଟି କରିବାରୁ ଦୁର୍ବୁତ୍ତମାନେ ସତୀଶକୁ ଆକ୍ରମଣ କରିଥିଲେ। ଏହା ଦେଖି ତାଙ୍କର ସ୍ତ୍ରୀ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୁତ୍ତ । ଘଟଣାକୁ ନେଇ ସତୀଶ ବଡ଼ ବଜାର ଥାନାର ଦ୍ୱାରସ୍ଥ ହୋଇଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଘଟଣା ସ୍ଥଳକୁ ପୁଲିସ ଯାଇ ତଦନ୍ତ କରୁଥିବା ଜଣାପଡିଛି ।*