ଯୁବ ସାମ୍ବାଦିକ ସିମାଞ୍ଚଳଙ୍କ ବିୟୋଗରେ ଶୋକ ସଭା।

0
Spread the love

ବ୍ରହ୍ମପୁର: ଯୁବ ସାମ୍ବାଦିକ ସିମାଞ୍ଚଳ ସାହୁ ଗତ ୬ ତାରିଖରେ ପରଲୋକ ଗମନ କରିଥିଲେ । ସେନେଇ ମଙ୍ଗଳବାର ସନ୍ଧ୍ୟା ସମୟରେ ପ୍ରେସ କ୍ଲବ ବ୍ରହ୍ମପୁର ତରଫରୁ ସଭାପତି ଅଶୋକ ବ୍ରହ୍ମାଙ୍କ ନିର୍ଦ୍ଦେଶନାରେ କ୍ଳବ୍ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଛି। ସମ୍ପାଦକ ପ୍ରହଲ୍ଲାଦ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ କୋଷାଧ୍ୟକ୍ଷ ଶିବ ନାରାୟଣ ପଣ୍ଡା ଓ ଯୁଗ୍ମ ସମ୍ପାଦକ ଡି ଗୋପାଳ କ୍ରିଷ୍ଣା ରେଡ୍ଡୀଙ୍କ ଉପସ୍ଥିତିରେ ସହରର ବହୁ ସାମ୍ବାଦିକଙ୍କ ଗହଣରେ ସିମାଞ୍ଚଳଙ୍କ ବିୟୋଗରେ ଦୁଇ ମିନିଟ ଶୋକ ପ୍ରକାଶ କରାଯାଇଥିଲା । ଏଥିରେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ଦାସ, ନାଗେଶ୍ଵର ପୃଷ୍ଟି, ସମୀର ଆଚାର୍ଯ୍ୟ, ମୃତ୍ୟୁଞ୍ଜୟ ସାହୁ, ଲଲାଟେନ୍ଦୁ ଚୌଧୁରୀଙ୍କ ବହୁ ସାମ୍ବାଦିକ ମାନେ ସ୍ବର୍ଗତ ସୀମା ଭାଇଙ୍କ ସ୍ମୃତି ଚାରଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗୋପାଳ ପଟ୍ଟନାୟକ, ଦୀପକ ପଣ୍ଡା, ସିମାଞ୍ଚଳ ସାହୁ, ଅମର ଦାସ, ଜଗନ୍ନାଥ ପଣ୍ଡା, କିରଣ ମିଶ୍ର, ମାନସ ବିଷୋୟୀ, ଶାନ୍ତନୁ ରଣା, ଅଭିଜିତ କର, ବିକେ ବିଶାରଦ, ଲଡୁ କିଶୋର, ଗୌରୀ ଶଙ୍କର ମିଶ୍ର, ଚିକୁ ପ୍ରତିନିଧି, ପିତାମ୍ବର ନାହାକ, ମନୋଜ ପାତ୍ର, ସୁରଥ ସାର୍, ବନିତା ସାହୁ, ପ୍ରଶାନ୍ତ ଜେନା, ଶୁଭେନ୍ଦୁ ସାହୁଙ୍କ ସମେତ ଅନ୍ୟ ବହୁ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ତେବେ ଏହି କାର୍ଯ୍ୟରେ ସ୍ୱାସ୍ଥ୍ୟବସ୍ଥା ଅନୁକୂଳ ଥିବା ନେଇ ଅନୁପସ୍ଥିତ ଥିବା ସଭାପତି ଶ୍ରୀ ବ୍ରହ୍ମା, ଉପ ସଭାପତି ଅଭୟ ପାଢ଼ୀ ନିଜ ନିଜର ସମବେଦନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *