ତମ୍ବା ବାସନ ବ୍ୟବହାର କରନ୍ତୁ, ଦୂର ହେବ ଏହି ରୋଗ…..

0
Spread the love

ତମ୍ବା ବାସନ ବ୍ୟବହାର ପ୍ରାୟତଃ ସାସ୍ଥ୍ୟ ସହିତ ଜଡିତ ଥାଏ । ଆପଣ ନିଶ୍ଚିତ ଭାବରେ ଆପଣଙ୍କ ଘରର ବଡ଼ ଲୋକମାନଙ୍କ ଠାରୁ ଶୁଣିଥିବେ ଯେ ତମ୍ବା ପାତ୍ରରେ ପାଣି ପିଇବାର ଅନେକ ଲାଭ ରହିଛି । ବାସ୍ତବରେ ଆୟୁର୍ବେଦ ଅନୁଯାୟୀ, ଶୀତଦିନେ ତମ୍ବା ବାସନ ବ୍ୟବହାର କରିବା ଦ୍ବାରା ଶରୀରରେ ଥଣ୍ଡାରୁ ହେଉଥିବା ଅନେକ ରୋଗ ଭଲ ହୋଇଥାଏ ।
.ଜଳର ର ପ୍ରଭାବ ଗରମ ରହିଥାଏ । ସଂକ୍ରମଣକୁ ଦୂର କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ । ସେଥ‌ିପାଇଁ ଶୀତ ଦିନେ ତମ୍ବା ବାସନ ବ୍ୟବହାର କରାଯିବା ଉଚିତ । ଆସନ୍ତୁ ଜାଣିବା ଏହାର ସାସ୍ଥ୍ୟ ଉପରେ ଉପକାର କ’ଣ ରହିଛି । ଶୀତଦିନେ ସମସ୍ତଙ୍କୁ ଗୋଟିଏ ସମସ୍ୟାକୁ ସାମ୍ନା କରିବାକୁ ପଡ଼ିଥାଏ ତାହା ହେଉଛି ହାଡ ଏବଂ ଗଣ୍ଠି ଯନ୍ତ୍ରଣା ।

ଏପରି ପରିସ୍ଥିତିରେ, ତମ୍ବା ପାତ୍ରରେ ପାଣି ପିଇ ଏହି ଯନ୍ତ୍ରଣା ଦୂର ହୋଇପାରିବ । ଶୀତ ଦିନେ ଆର୍ଥ୍ରାଇଟିସ୍ ଯନ୍ଧ୍ୟା ମଧ୍ୟ ବହୁତ କଷ୍ଟ ଦେଇଥାଏ । ଏହି ପରିସ୍ଥିତିରେ, ଆର୍ଥ୍ରାଇଟିସ୍ ରୋଗୀ ସକାଳେ ଏକ ତମ୍ବା ପାତ୍ରରେ ପାଣି ପିଇବା ଉଚିତ୍ । ଏହା ଗଣ୍ଠି ଯନ୍ତ୍ରଣାରେ ଆରାମ ଦେଇଥାଏ ଇଥାଏ । ତମ୍ବା ପାତ୍ରରେ ପାଣି ପିଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୁଏ । ଏବଂ ଶରୀରର ଅନେକ କ ରୋଗ ବିରୁଦ୍ଧରେ ଲଢିବାର କ୍ଷମତା ବଢିଥାଏ ।

Leave a Reply

Your email address will not be published. Required fields are marked *