ତୁଳାଗାଁରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ।

0
Spread the love

କଳାହାଣ୍ଡି(ପ୍ରଦୀପ କୁମାର ଗଉଡ):-କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ତୁଳାଗାଁ ତ୍ରିନାଥ ମନ୍ଦିର ଗଣେଶ ପୂଜା କମିଟି ତରଫରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ୩୧ତମ ଗଣେଶ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଗଣେଶ ପୂଜା ଦିନ ମଧ୍ୟାହ୍ନ ସମୟରେ ସାମୂହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ନୂଆଁଖାଇ ଦିନ ଅପରାହ୍ନରେ ଶିଶୁମାନଙ୍କ ମଧ୍ୟରେ ଅନ୍ଧପୁଟୁଳି,ମ୍ୟୁଜିକଚେୟାର, ସୁନ୍ଦର ହସ୍ତାକ୍ଷର, ଦୌଡ ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିଯୋଗିତାଗୁଡିକୁ ଚୁମନ ଭାଟୀ,ଶିବପ୍ରସାଦ ରଣା,ସୁଦାମ ଗ‌ଉଡ ଓ ଶେଷଦେବ ଗଉଡ ପରିଚାଳନା କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ବିଜୟ ବୁଧିଆ ସରପଞ୍ଚ ପ୍ରତିନିଧି, ଗାଁ ଗ‌ଉନ୍ତିଆ କାମାକ୍ଷ ବୁଧିଆ, ଓ୍ଵାର୍ଡମେମ୍ବର ପ୍ରତିନିଧି ବିଭୂତି ଥପା,ମାର୍କଣ୍ଡ ରଣା,କ୍ଷୀରସିନ୍ଧୁ ଗ‌ଉଡ ଓ କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ନୂଆଁଖାଇ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ କେଶରୀ ରଣା ଓ ଜୟଶଙ୍କର ରାଉତ ମଞ୍ଚ ପରିଚାଳନା କରିଥିଲେ। ଗାଁର ସମସ୍ତ ଶିଶୁ ଭାଇଭଉଣୀମାନେ ସକ୍ରିୟ ଯୋଗଦାନ କରିଥିଲେ। ଏଥିସହିତ ଟିଟୁରଣା,ଲିଲାମ୍ବର ରଣା, କାର୍ତ୍ତିକ ଗ‌ଉଡ,କୈଳାସ ପୋଢ, କ୍ଷୀରସାଗର ରଣା, ବଳଦେବ ରଣା ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *