ବିଦ୍ୟା ପବ୍ଲିକ ସ୍କୁଲରେ ଗୁରୁ ଦିବସ ପାଳିତ।
ଗଞ୍ଜାମ (ବିନୋଦ ଚନ୍ଦ୍ର ପଲାଇ):-ଗଞ୍ଜାମ ସହର ସ୍ଥିତ ବିଦ୍ୟା ପବ୍ଲିକ ସ୍କୁଲରେ ସର୍ଵ ପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଜନ୍ମ ଜୟନ୍ତୀ ତଥା ଗୁରୁ ଦିବସ ଉତ୍ସବ ପାଳିତ ହୋଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ସମାଜସେବି ତ୍ରିନାଥ ପାଣିଗ୍ରାହୀ, ବରିଷ୍ଠ ଶିକ୍ଷାବିତି ବିଜୟକୁମାର ବିଶ୍ୱାଳ ଅତିଥି ଭାବେ ଯୋଗ ଦାନ କରି ରାଧା କ୍ରିଷ୍ଣନ ଙ୍କୁ ଶ୍ରଦ୍ଧା ସୁମନ୍ ଦେଇ ତାଙ୍କରି ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ସ୍ବାସ୍ଥ୍ୟ ର ଯତ୍ନ,ଓ ବୃକ୍ଷ ରୋପଣ କରି ସୁସ୍ଥ ପରିବେଶ ନିର୍ମାଣ କରିବା ବର୍ତ୍ତମାନ ର ଆହ୍ବାନ ବୋଲି ଦର୍ଶାଇ ଥିଲେ। ଶିକ୍ଷକ ବିନୋଦ ଚନ୍ଦ୍ର ପଲେଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ଏହି ଅବସରରେ ଗୁରୁଦିବସ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିପ୍ରତିଯୋଗିତାଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଏଥିରେ ବିଦ୍ୟାର୍ଥୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l