କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଶିକ୍ଷା ଅନୁଷ୍ଠାନ ଠାରେ ଗୁରୁଦିବସ ପାଳିତ।
ଭୁବନେଶ୍ଵର:-ମହାନ ଶିକ୍ଷାବିତ୍, ଦାର୍ଶନିକ ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମଦିନ। ତାଙ୍କର ଜନ୍ମଦିନକୁ ସାରା ଦେଶରେ ଗୁରୁ ଦିବସ ରୂପେ ପାଳନ କରାଯାଉଛି।
ଶିକ୍ଷା ଦୀକ୍ଷା ପ୍ରତିଟି କ୍ଷେତ୍ରରେ ଗୁରୁଙ୍କର ମାର୍ଗଦର୍ଶନ ଜଣେ ବ୍ୟକ୍ତିକୁ କରାଏ ସଫଳ। ଶିକ୍ଷା ପ୍ରତି ଡକ୍ଟର ରାଧାକ୍ରିଷ୍ଣନଙ୍କର ଅବଦାନକୁ ମନେ ରଖିବା ପାଇଁ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପ୍ରତିବର୍ଷ ପାଳନ କରାଯାଏ।
ଏହି ଅବସରରେ ଶିକ୍ଷା, ଦୀକ୍ଷା ଓ କର୍ମ ଆଦି ବିଭିନ୍ନ କ୍ଷେତ୍ରରେ ନିଜ ନିଜ ଗୁରୁରଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧା ଜଣାଇବେ ଶିଷ୍ୟ। ଅନ୍ୟପକ୍ଷରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ ଧୂମଧାମରେ ପାଳିତ ହୋଇଛି ଗୁରୁ ଦିବସ ଉତ୍ସବ। ସେହିଭଳି ଭୁବନେଶ୍ଵର ର ବହୁ ଲୋକପ୍ରିୟ ଓ ପୁରାତନ ନୃତ୍ୟ ଶିକ୍ଷା “କଳିଙ୍ଗାୟନ ତୌର୍ୟତ୍ରିକମ” ଅନୁଷ୍ଠାନ ଠାରେ ଆଡମ୍ବର ର ସହ ଗୁରୁଦିବସ ପାଳନ କରାଯାଇଛି।
ଅନୁଷ୍ଠାନ ର ମୁଖ୍ୟ ତଥା ନୃତ୍ୟ ଗୁରୁ ଶ୍ରୀମତି ପୁସ୍ପିତା ମିଶ୍ର ଙ୍କୁ ଛାତ୍ର ଛାତ୍ରୀ ମାନେ ପୂଜା କରିବା ସହ ଅନୁଷ୍ଠାନ ପରିସର ରେ ନୃତ୍ୟ କରି ଆଡମ୍ବର ସହକାରେ ଗୁରୁ ଦିବସ ପାଳନ କରିଥିଲେ।