ନୂଆଁଖାଇ ଭେଟଘାଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କବି ସମ୍ମିଳନୀ।
କଳାହାଣ୍ଡି(ପ୍ରଦୀପ କୁମାର ଗଉଡ):-କଳାହାଣ୍ତି ଜିଲ୍ଲା ନର୍ଲାରେ ନୂଆଖାଇ ଭେଟଘାଟ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଗ୍ରାମ ଦେବାଦେବୀଙ୍କ ପୂଜାର୍ଚ୍ଚନା ପୂର୍ଵକ ମଧୁସୂଦନ ରାଉତଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉତ୍ସବରେ କୁମୁଦ ଚନ୍ଦ୍ର ନାୟକ, ମୀନ କେତନ ମାଝୀ,ଦୀପୁ ପାତ୍ର, ଯଦୁପତି ପ୍ରଧାନୀ,କମଲ ପୁଝାରୀ, ଗୋକୁଳ ପୁଝାରୀ,ସୋମନାଥ ପୁଝାରୀ,ସନ୍ତୋଷ ପାତ୍ର ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ ।ଗଣପର୍ବ ନୂଆଖାଇ ସମ୍ପର୍କିତ ଅଭିଭାଷଣ ପରେ କଵିୟତ୍ରୀ ଝରଣା ପ୍ରଧାନୀଙ୍କ ସଂଯୋଜନାରେ ମଧୁସୂଦନ ରାଉତ, କୁମୁଦ ଚନ୍ଦ୍ର ନାୟକ, ସହଦେଵ ପୁଝାରୀ, ରଜନୀ ନାୟକ,ପୀତାମ୍ୱର ଗଉଡ଼,ନୀଳକଣ୍ଠ ଦଣ୍ଡସେନା କଵିତା ପାଠ କରିଥିଲେ। ହୁଳହୁଳି,ଝୋଟି,ସାଇକେଲ୍ ସ୍ଲୋ,ଦନା ତିଆରି ପ୍ରତିଯୋଗିତା କରି ପୁରସ୍କୃତ କରାଯାଇଥିଲା।ଜୟରାମ ଚନ୍ଦନ ,ପୀତବାସ ମାଝୀ,କେଶବ ପୁଝାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ପରିଵେଷଣ କରିଥିଲେ ।କବି ଅରୁଣ କୁମାର ପ୍ରଧାନୀଙ୍କ ନେତୃତ୍ଵରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ପିତାମ୍ବର ଗଉଡ଼ ,ନୀଳକଣ୍ଠ ଦଣ୍ଡସେନା ,ରିତେଶ ପ୍ରଧାନୀ ସହ ପାଇକ ପଡ଼ା ଗଣେଶପୂଜା କମିଟିର ସଭ୍ୟ ଵୃନ୍ଦ ସହଯୋଗ କରିଥିଲେ ।