ଜାତୀୟ ସେବା ଯୋଜନା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଫାଇଲେରିଆ ନିରାକରଣ ସଚେତନତା କାର୍ଯକ୍ରମ।

0
Spread the love

ବ୍ରହ୍ମପୁର(କପିଳ ପାଢ଼ୀ):-ସେବା ଯୋଜନା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଏକ ଫାଇଲେରିଆ ନିରାକରଣ ସଚେତନତା କାର୍ଯକ୍ରମ ସ୍ନାତକୋତ୍ତର ପରିଷଦ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଜାତୀୟ ସେବା ଯୋଜନାର ମିଳିତ ଉଦ୍ୟମରେ ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଆଞ୍ଚଳିକ କାର୍ଯକାରୀ ଅଧିକାରୀ ଡ.ନିଶିଥ ରଞ୍ଜନ ଦାସ ଯୋଗଦେଇ ଜାତୀୟ ସେବା ସଂଘର ସ୍ବେଚ୍ଛାସେବୀ ମାନଙ୍କୁ ଫାଲେରିଆ ନିରାକରଣ କିପରି ହୋଇପାରିବ ତା ଉପରେ ସୂଚନା ଦେଇଥିଲେ। ଗଞ୍ଜାମଜିଲ୍ଲାର ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ଅଧିକାରୀ ସୁଜିତ୍ କାର୍ଜୀ ଯୋଗ ଦେଇ ବିଭିନ୍ନ ଭେକ୍ଟର ବାହିତ ରୋଗ ଓ ତାର ନିରାକରଣ ଉପରେ ଆଲୋଚନା କରିଥିଲେ। ଜାତୀୟ ସେବା ଯୋଜନା ର ସଂଯୋଜକ ପ୍ରଫେସର ଜୟନ୍ତ ପଣ୍ଡା ଆସନ୍ତା ଦଶ ତାରିଖରେ ହେବାକୁ ଥିବା ଫାଇଲେରିଆ ଔଷଧ ସେବନର ଶୁଭାରମ୍ଭ କାର୍ଯକ୍ରମ ରେ ଯୋଗ ଦେବା ପାଇଁ ଆହ୍ବାନ ଦେଇଥିଲେ। ଗଞ୍ଜାମ ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ଗଣେଶ ସାହୁ ଫାଇଲେରିଆ ନିରାକରଣ ସଚେତନତା କାର୍ଯକ୍ରମକୁ ସଫଳ କରେଇବା ପାଇଁ ପ୍ରେରଣା ଦେଇଥିଲେ। ତାପରେ ଜାତୀୟ ସେବା ଯୋଜନା ର କାର୍ଯକାରୀ ଅଧିକାରୀ ଡ. ସଙ୍କର୍ଶନ ମଲ୍ଲିକ ଫାଇଲେରିଆ ସଚେତନତା କାର୍ଯ୍ୟକ୍ରମକୁ ଆୟୋଜିତ କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *