ମୋଟରସାଇକେଲ ଦୁର୍ଘଟଣା ରେ ଦୁଇ ଗୁରୁତର।

0
Spread the love


ବ୍ରହ୍ମପୁର(କୈଳାସ ଚନ୍ଦ୍ର ଚୌଧୁରୀ):-ହିଞ୍ଜିଳିକାଟୁ ସହର ବଇଁଚବଣିଆ ଛକରେ ରାସ୍ତା ପାର ହେଉଥିବା ଉକ୍ତ ଅଞ୍ଚଳର ପ୍ରସାନ୍ତ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ଙ୍କୁ ମୋଟରସାଇକେଲ ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଧକ୍କା ଦେଇଥିବା ଚାଳକ କେନାଲ ସାହିର ସୁମନ୍ ସେଠୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଉପସ୍ଥିତ ବ୍ୟକ୍ତିବିଶେଷ ଉଭୟ ଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଉଭୟ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୋଟରସାଇକେଲ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *