ରେଜିଓନାଲ ଆର୍ଟ ଗ୍ୟାଲେରୀ ରେ ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ।

0
Spread the love

ପୁରୀ(ରବୀନ୍ଦ୍ର କୁମାର):-ପୁରୀ ସଂସ୍କୃତି ଭବନ ସ୍ଥିତ ରେଜିଓନାଲ ଆର୍ଟ ଗ୍ୟାଲେରୀ ରେ ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିବା ଚିତ୍ରକଳା ପ୍ରଦର୍ଶନୀ ଆଜି ଉଦଯାପିତ ହୋଇ ଯାଇଛି।ଆୟୁଷ ଆର୍ଟ ଫାଉଣ୍ଡେସନ ର ଆୟୋଜକ ତଥା ଶିଳ୍ପୀ ଆୟୁଷ ମହାପାତ୍ର ଓ ବିରାସତ ଅନୁଷ୍ଠାନ ର ସହଯୋଗ ରେ ୧ ତାରିଖରେ ଆୟୋଜିତ ଏହି ପ୍ରଦର୍ଶନୀକୁ ଝାରଖଣ୍ଡର ପୂର୍ବତନ ମାନ୍ୟବର ମୁଖ୍ୟ ବିଚାରପତି ଡଃ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଉଦଘାଟନ କରିଥିଲେ।ବିଶ୍ୱ ପଟଳରେ ଶ୍ରୀଜଗନ୍ନାଥ ଙ୍କ ସଂସ୍କୃତି ଶୀର୍ଷକ ଏହି ଅନଲାଇନ ଚିତ୍ରକଳା ପ୍ରଦର୍ଶନୀ ରେ ଦେଶର ବିଭିନ୍ନ ପ୍ରାନ୍ତ ର ୫ ରୁ ୧୮ ବର୍ଷ ବୟସର ୧୦୦୦ ରୁ ଉର୍ଦ୍ଧ୍ବ ଚିତ୍ରକଳା ପ୍ରାପ୍ତ ହୋଇଥିଲା।ଏଥି ମଧ୍ୟ ରୁ ବିଚାରପତି ଙ୍କ ବିଚାର ଆଧାର ରେ ୧୦୦ ଗୋଟି ଚିତ୍ରକଳା କୁ ଚୟନ କରାଯାଇ ସଂପୃକ୍ତ ଚିତ୍ର ଶିଳ୍ପୀ ମାନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଉଦଯାପନୀ କାର୍ଯ୍ୟକ୍ରମ ରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗ ଦେଇ ଚିତ୍ର ଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ପ୍ରତ୍ୟେକ କଳା ଇଶ୍ଵର ଙ୍କ ଆଶୀର୍ବାଦ ଓ ପ୍ରତିଟି କଳାକାର ନିଜର ସାଧନା ବଳରେ ନିଜ ପ୍ରତିଭା କୁ ପରିବ୍ୟାପ୍ତ କରିଥାନ୍ତି ବୋଲି ମତ ଦେଇ ଶ୍ରୀ ସେଠୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମ ରେ ଶିକ୍ଷା ବିତ ଜନ୍ମେଜୟ ମିଶ୍ର, ଉତ୍କଳ ବାଳାଶ୍ରମର ଅଧିକ୍ଷକ ସାରଙ୍ଗ ମହାପାତ୍ର ଉପସ୍ଥିତ ରହି ଚିତ୍ର ଶିଳ୍ପୀ ମାନ ଙ୍କୁ ଉତ୍ସାହିତ କରିଥିଲେ।ଆୟୁଷ ଙ୍କ କିଛି ଚିତ୍ର କଳା ମଧ୍ୟ ଆର୍ଟ ଗ୍ୟାଲେରୀ ରେ ସ୍ଥାନିତ ହୋଇଛି।

Leave a Reply

Your email address will not be published. Required fields are marked *