ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ଚକ୍ଷୁଦାନ ପକ୍ଷର ଶେଷ ଦିବସରେ ବିରାଟ ସଚେତନତା ଶୋଭାଯାତ୍ରା।

0
Spread the love


ବ୍ରହ୍ମପୁର:- ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ବ୍ରହ୍ମପୁର ଓ ରୁବି ଚକ୍ଷୁଚିକିତ୍ସାଲୟର ମିଳିତ ଆହ୍ୱାନ କ୍ରମେ ଚକ୍ଷୁଦାନ ପକ୍ଷପାଳନର ଅନ୍ତିମ ଦିବସ ୦୮.୦୯୨୦୨୪ ତାରିଖରେ ବିରାଟ ସଚେତନତା ପଦଯାତ୍ରା ଅୟୋଜନ ହୋଇଯାଇଛି। ଏହି ପଦଯାତ୍ରା ଖଲ୍ଲିକୋଟ କଲେଜ ଛକରୁ ବାହାରି ଥିଲା। ଅନବରତ ବର୍ଷା ସତ୍ତ୍ୱେ ଏହି ପଦଯାତ୍ରାକୁ ଏମ.କେ.ସି.ଜି. ମେଡିକାଲ କଲେଜର ଚକ୍ଷୁବିଭାଗର ମୁଖ୍ୟ ପ୍ରଫେସର ଡ଼ା.ସରିତା ପଣ୍ଡା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ସନ୍ତୋଷ କୁମାର ପାଢୀ ଉଦ୍ଘାଟନ କରିଥଲେ। ଚକ୍ଷୁବିଶେଷଜ୍ଞ ବି.ନାଗେଶ୍ୱର ରାଓ ସୁବୁଦ୍ଧି , ଡ.ଜୟନ୍ତ ରାଓ , ଡ.ଜେ. ସୋମେଶ୍ୱର ରାଓ , କ୍ଳବର ସଭାପତି ଏମ.ବିଦ୍ୟାସଗାର, ସମ୍ପାଦକ ସତ୍ୟକମ୍ ପାତ୍ର, ପ୍ରୋଜେକ୍ଟ ଅଧ୍ୟକ୍ଷ ବି.ଲକ୍ଷ୍ମୀ ନାରାୟଣ ପାତ୍ର, ଇ.ଟି.ରାଓ, ଜମ୍ମୁଲା ସୁରେଶ , କେ.ଏନ.ସେନାପତି, ASN ଗୁପ୍ତା ଓ ବହୁ ସଭ୍ୟା /ସଭ୍ୟ ଉପସ୍ଥିତିରେ ଏହି ପଦଯାତ୍ରା ଖଲିକୋଟ କଲେଜ ଠାରୁ ପୁରୁଣାବସ ଷ୍ଟାଣ୍ଡ, ଅର୍ବନ ବେଙ୍କ ରୋଡ, ଗିରିଜା ଛକ ଦେଇ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ନିଜସ୍ୱ କାର୍ଯ୍ୟାଳୟ ଠାରେ ଶେଷ ହୋଇଥିଲା। ଦାନ ଭିତରେ ଦାନ ରକ୍ତ ଦାନ ମହାନ ଦାନ, ମୃର୍ତ୍ୟୁପରେ ଚକ୍ଷୁଦାନ ଓ ବଞ୍ଚିଥିବାଯାଏ ରକ୍ତଦାନର ନାରା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ, ଫ୍ରେଣ୍ଡସ ୱେଲ ଫେର କ୍ଳବ, ରୋଟାରୀ ପୂର୍ବ ଓ ଉତ୍ତର କ୍ଳବ, ମାନବବାଦୀ ହେତୁବାଦୀ ସଂଗଠନ,ବାସବି କ୍ଳବ, ୱାକେର୍ସ କ୍ଳବ ଓ ଅନ୍ୟାନ୍ୟ କ୍ଳବର ଶତାଧିକ ସ୍ବେଛାସେବୀ ଯୋଗଦେଇଥିଲେ।
ବହୁଳ ଭାବରେ ପ୍ରଚାର ପତ୍ର ବଣ୍ଟନ କରାଯାଇଛି ଓ ପଥପ୍ରାନ୍ତ ସଭାମଧ୍ୟ କରାଯାଇଛି। ଖୁସିର କଥା ଏହି ପକ୍ଷପଲନ ମଧ୍ୟରେ ମୃତ୍ୟୁପରେ ଦୁଇଜଣଙ୍କ ଚକ୍ଷୁ ଦାନ କରିଛନ୍ତି। ବହୁ ଲୋକ ଚକ୍ଷୁଦାନ ଏବଂ ଶରୀର ଦାନ ପାଇଁ ପ୍ରତିଶୃତି କରିଛନ୍ତି। ଦେଶରୁ ଅନ୍ଧତ୍ୱ ଦୂରୀକରଣ ପାଇଁ ଚକ୍ଷୁ ଦାନ ନିତାନ୍ତ ଆବଶ୍ୟକ। ମୃତ୍ୟୁପରେ ଚକ୍ଷୁ ଦାନ କରାଯାଏ। ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ଆଖିର ସ୍ୱଚ୍ଛ ପଟଳ( cornea)କୁ ହିଁ ତାଲିମପ୍ରାପ୍ତ ଡାକ୍ତରଙ୍କ ଦ୍ୱାରା ସଂଗ୍ରହ କରଯାଏ। ମୃତ୍ୟୁ ପରେ ପରେ ଚକ୍ଷୁଦାତାଙ୍କ ଦୁଇଆଖିକୁ ଓଦା ରଖିବା ପାଇଁ ଆଖିରେ ଓଦା ତୁଳା ବା କନା ରଖିବାକୁ ପଡିଥାଏ ଓ ପଙ୍ଖା ବନ୍ଦ କରିବାକୁ ହୋଇଥାଏ। ତାଲିମ ପ୍ରାପ୍ତ ଚକ୍ଷୁ ଡାକ୍ତର ଚକ୍ଷୁର ସ୍ଵଛପଟଳ କେବଳ ପନ୍ଦର ମିନିଟ ମଧ୍ୟରେ ସଂଗ୍ରହ କରିବାପରେ ତାହା ସୁରକ୍ଷିତ ଭାବେ ରଖାଯାଏ ଓ ୭ ଦିନ ମଧ୍ୟରେ ଅପେକ୍ଷାରତ କର୍ଣ୍ଣିଆଜନିତ ଦୃଷ୍ଟଶକ୍ତିବାଧିତ ବ୍ୟକ୍ତିଙ୍କଠାରେ ପ୍ରତିରୋପଣ କରାଯାଇଥାଏ ବୋଲି ସୂଚାଇ ଥିଲେ।ପରିଶେଷରେ କେ.ନନ୍ଦେଷୁ .ସେନାପତି ବିଭିନ୍ନ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *