ଶ୍ରୀମନ୍ଦିର ର ସିଂହଦ୍ବାର ରେ “ଆଶ୍ରମ”।

0
Spread the love

ପୁରୀ(ରବୀନ୍ଦ୍ର କୁମାର):-ଭାରତୀୟ ପ୍ରଶାସନିକ ସେବାର ଦକ୍ଷ ନାରୀ ଅଧିକାରୀ ପାଖରେ ରହିଛି ସମାଜସେବା ର ସୁନ୍ଦର ହୃଦୟ।ଅବସର ପରେ ନିଃସହାୟ ଅସହାୟ ତଥା ବରିଷ୍ଠମାନଙ୍କ ପାଇଁ ନିଜ ଘରକୁ କରିଦେଇଛନ୍ତି ଆଶ୍ରମ।ଶହଶହ ଆଶାକୁ ଆଶ୍ରୟ ଦେବାର ମାନସିକତା କୁ ନେଇ ଅନିଶ୍ ଏଣ୍ଟରଟେନମେଣ୍ଟ ପ୍ରଯୋଜିତ ଚଳଚ୍ଚିତ୍ର “ଆଶ୍ରମ”ର ପୁରା ଟିମ୍ ଆଜି ଶ୍ରୀମନ୍ଦିର ର ସିଂହଦ୍ବାର ଠାରେ ଠାକୁରଙ୍କୁ ସମର୍ପଣ କରିଛନ୍ତି ଆଶ୍ରମକୁ। ପୁରୀ ମାଟିର ଯୁବ ପ୍ରଯୋଜକ ତପନ ଦାଶଙ୍କ ସମେତ ମୁଖ୍ୟ ନାୟିକା ମହେଶ୍ଵତା ରାୟ,ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, କାହାଣୀକାର ନିତ୍ୟାନନ୍ଦ ନନ୍ଦୀ, କ୍ରିଏଟିଭ ଉପଦେଷ୍ଟା ଶ୍ୟାମାପ୍ରସାଦ ମିଶ୍ର, ସଂଳାପକାର ଦିଲ୍ଲୀପ ଚୌଧୁରୀ, ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର, ଅଭିଷେକ ଗିରି,ଶ୍ଵେତା ଆଚାର୍ଯ୍ୟ,ବିଜୟିନୀ ମିଶ୍ରଙ୍କ ସମେତ ଆଜିର ରେବତୀ ଚଳଚ୍ଚିତ୍ର ର କାହାଣୀକାର ତଥା ଗୀତିକାର ଏଡକ୍ଟର ବଦ୍ରି ମିଶ୍ର,ପାରାଡାଇଜ୍ ବୃଦ୍ଧାଶ୍ରମର ମୁଖ୍ୟ ମଧୁସୂଦନ ମିଶ୍ର,ନାଟ୍ୟ ନିର୍ଦ୍ଦେଶକ ଲକ୍ଷ୍ମୀଧର ପୂଜାପଣ୍ଡା, ବରିଷ୍ଠ ଯୁବ ଅଧିବକ୍ତା ପ୍ରିୟଦର୍ଶିନ ପଟ୍ଟନାୟକ ଓ ଗୌରୀ ବାରିକ୍,ଶିକ୍ଷାବିତ୍ ବିଶ୍ଵନାଥ ମିଶ୍ରଙ୍କ ସମେତ ଅନେକ ସେବାୟତ, ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀ ସିଂହଦ୍ବାର ଠାରେ ପୁରୀ ପ୍ରସ୍ତୁତ ସମାଜ ଚେତନାଧର୍ମୀ ଏହି ଚଳଚିତ୍ରର ସଫଳତା କାମନା କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଆଗାମୀ ୧୩ ତାରିଖରେ ଏ
ଚଳଚ୍ଚିତ୍ର ଆଶ୍ରମ, ଓଡ଼ିଶା ର ବିଭିନ୍ନ ପ୍ରେକ୍ଷାଳୟ ରେ ରିଲିଜ୍ ହେଉଥିବା ବେଳେ, ପୁରୀ ଟାଉନହଲରେ ଆଗାମୀ ୧୪ ଠାରୁ ୧୬ , ତିନିଦିନ ଧରି,ତିନୋଟି ସୋ‌’ରେ ପ୍ରଦର୍ଶିତ ହେବ ବୋଲି ପ୍ରଯୋଜକ ତପନ ଦାଶ ଘୋଷଣା କରିଛନ୍ତି। ଏହି ଅବସରରେ ଅଭିନେତ୍ରୀ ମହେଶ୍ଵତାଙ୍କୁ ଶ୍ୟାମାପ୍ରସାଦ ମିଶ୍ର ଓ ଵଦ୍ରି ମିଶ୍ର ମିଳିତ ଭାବେ ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *