ଥାନା ଆଗରେ ଚାଲିଥିଲା ନକଲି ଅଏଲ୍ କାରାଖାନା, ପୋଲିସ ଚଢାଉରେ ବିପୁଳ ସାମଗ୍ରୀ ଜବତ କଲା ପୋଲିସ।
ବ୍ରହ୍ମପୁର (କପିଳ ପାଢ଼ୀ ):-ନକଲି ଇଞ୍ଜିନ ଅଏଲ୍ କାରାଖାନାରେ ଉପରେ ଚଢାଉ କଲା ବଡ଼ବଜାର ଥାନା ପୋଲିସ। ବିପୁଳ ପରିମାଣର ସାମଗ୍ରୀ ଜବତ ହେବା ସହ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଧିକ ତଥ୍ୟ ହାସଲ ଲାଗି ସେମାନଙ୍କୁ ଜେରା ମଧ୍ୟ କରୁଛି ପୋଲିସ । ଖବର ଅନୁଯାୟୀ, ବ୍ରହ୍ମପୁର ବଡ଼ବଜାର ଥାନା ସମ୍ମୁଖରେ ଦୀର୍ଘ ଦିନ ଧରି ଚାଲିଥିବା ନକଲି ଇଞ୍ଜିନ ଅଏଲ୍ କାରଖାନା । ବଡ଼ବଜାର ଥାନା ଉକ୍ତ ନକଲି କାରଖାନାରେ ଚଢାଉ କରିଛି । ଯେଉଁ ଚଢାଉରେ ପୋଲିସକୁ ବିପୁଳ ପରିମାଣର ନକଲି ଇଞ୍ଜିନ ଅଏଲ୍ ମିଳିଛି । ଏହାସହ ଏକ ମେସିନକୁ ବି ଜବତ କରିଛି ପୋଲିସ । ସେହିପରି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ ।