ଗୁରୁ ଦିବସରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ବୃକ୍ଷ ରୋପଣ।

0
Spread the love

ବ୍ରହ୍ମପୁର:-ଲାଞ୍ଜିଆ ପଞ୍ଚାୟତର ବାଳକୃଷ୍ଣ ପୁର ଗ୍ରାମର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା କେରାଣ୍ଡିମାଳ ପର୍ବତରେ ଅବସ୍ଥିତ ମା ଡ଼ାଲଖାଇ ମନ୍ଦିର ନିକଟରେ ଗୁରୁ ଦିବସ ଅବସରରେ ” ଗୁରୁଙ୍କ ପାଇଁ ଗଛ ଟିଏ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଆ ସମିତି ସଭ୍ୟ ତଥା ଆମ୍ବଗଡ଼ ସେବା ସମବାୟ ସଭାପତି କାହ୍ନୁ ଚରଣ ପାତ୍ର ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା । ଏଥିରେ କୁକୁଡ଼ାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ପଲ୍ଲବୀ କୁମାରୀ ସ୍ୱାଇ ଓ କୁକୁଡ଼ାଖଣ୍ଡି ତହସିଲଦାର ସପନ କୁମାର ସାହୁ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷର ଉପକାରିତା ଉପରେ ସଚେତନ କରାଇବା ସହିତ ସମସ୍ତେ ନିଜ ଜନ୍ମ ଦିନରେ ଗୋଟିଏ ଗଛ ଲଗାଇବା ପାଇଁ ଉପଦେଶ ଦେବା ସହିତ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ମଧ୍ୟ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପଚାଶ ଗୋଟି ବଟ ଓ ଉସ୍ତ ଗଛ ରୋପଣ କରାଯାଇଥିଲା । ଅନ୍ୟତମ ଅତିଥି ଭାବେ AE ଅନୁରାଗ ରଥ , JE ଇନ୍ଦିରା ମହାକୁଡ଼ ଅବସର ପ୍ରାପ୍ତ ଶେରଗଡ଼ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋକନାଥ ପରିଡ଼ା ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ ଦଳେଇ ଯୋଗଦାନ କରିଥିଲେ।*
*ଏହି କାର୍ଯ୍ୟକ୍ରମକୁ ବାଳକୃଷ୍ଣ ପୁର ଗ୍ରାମର ରାମଚନ୍ଦ୍ର ଗୌଡ଼ , ପଦ୍ମ ଲୋଚନ ଗୌଡ଼ , ସୁନିଲ ଗୌଡ଼ , ପ୍ରଫୁଲ୍ଲ ସାହୁ , ଅନନ୍ତ ରାମ ସାହୁ , ଗୋପାଳ ଗୌଡ଼ ମଙ୍ଗରାଜ ସାହୁ ଓ ସୁରେଶ ଚନ୍ଦ୍ର ତ୍ରିପାଠୀ ସହଯୋଗ କରିଥିଲେ ଏବଂ ଗ୍ରାମବାସୀ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନ କରିଥିଲେ।

Leave a Reply

Your email address will not be published. Required fields are marked *