ଗୁରୁଙ୍କୁ ସମ୍ମାନ ଜଣାଇ ରାଜ୍ୟ ରାଜପଥ ଦୁଇ ପାର୍ଶ୍ବରେ ୫୦୦ଶହ ଗଛ ଲଗାଇଲେ ଇଞ୍ଜିନିୟର

0
Spread the love

ଭଞ୍ଜନଗର:- ପବିତ୍ର ଗୁରୁଦିବସ ଅବସରରେ ବାଲିପଦର ଲକ୍ଷ୍ମୀ ଜ୍ୟୋତି ଫିଲିଙ୍ଗ୍ ଷ୍ଟେସନ ଆନୁକୁଲ୍ୟରେ ବାଲିପଦର-ଆସ୍କା ରୋଡ ସ୍ଥିତ ଚନ୍ଦନ ପେଢି ୯ମାଇଲ୍ ଛକଠାରୁ ବାଲିପଦର ନେଳିଆବନ୍ଧ ପର୍ଯ୍ୟନ୍ତ ରାଜ୍ୟ ରାଜପଥର ଉଭୟ ପାର୍ଶ୍ବରେ ଦୀର୍ଘ ଦୁଇ କିଲୋମିଟର ଯାଏଁ ଯୁବ ସମାଜସେବୀ ଇଂ. ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ତତ୍ତ୍ବାବଧାନରେ ବ୍ରୁ୍ୂକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୁରୁ ମାନଙ୍କୁ ସମ୍ମାନ ଜଣାଇ ଏହିଭଳି ଜନକଲ୍ୟାଣକାରୀ ଯୋଜନାରେ ବାଲିପଦର ମହତ୍ସବ କମିଟି ଓ ବଣିକ ସଂଘ ପକ୍ଷରୁ ସଭାପତି ଇଂ. ଲକ୍ଷ୍ମୀ ପ୍ରସାଦ ନାୟକ ଓ ସମସ୍ତ ସଦସ୍ଯ, ବାଲିପଦର ଫରେଷ୍ଟର ସୁକାନ୍ତ କୁମାର ପଟ୍ଟନାୟକ, ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସଭାପତି ଇଂ. ବିପ୍ର ଚରଣ ପାତ୍ର ଓ ସମସ୍ତ ସଦସ୍ଯ, “ଘୁମୁସର ର ସ୍ବର”ରୁ ଡକ୍ଟର ବି .ପ୍ରକାଶ ଚନ୍ଦ୍ର ପାତ୍ର, ଉନ୍ନୟନ ପରିଷଦରୁ ସମାଜସେବୀ କୈଳାସ ଚନ୍ଦ୍ର ପ୍ରଧାନ, ଖଲି ପରିିଡା, ଫ୍ରେଣ୍ଡସ୍ କ୍ଳବ ପକ୍ଷରୁ ଜି. ମନୋଜ କୁମାର ପାତ୍ର, ପୁର୍ବତନ ସରପଞ୍ଚ ପୁର୍ଣ୍ଣ ଚନ୍ଦ୍ର ଜେନା, ମହାରଣା ସମାଜର ରାଜେନ୍ଦ୍ର ମହାରଣା,ଏବଂ ସମାଜସେବୀ ବାଞ୍ଛା ନିଧି ସାହୁ,ନାରାୟଣ ସାମନ୍ତରା, କାହ୍ନୁଚରଣ ବାଡତ୍ୟା, ପେଟ୍ରୋଲ ପମ୍ପ ପକ୍ଷରୁ ଅଶୋକ କୁମାର ନାୟକ, ପୁରୁଷୋତ୍ତମ ନାଥ, ଶଙ୍କର ସେଠୀ, ରବିନ୍ଦ୍ର ନାୟକ ପ୍ରମୁଖ ଓ କର୍ମଚାରୀ ଗଣ, ଅହଲ୍ୟା ଦେବୀ ମହିଳା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରୁ ବ୍ରୁ୍ନ୍ଦାବନ ମହାନ୍ତି ସମେତ ଅଧ୍ଯକ୍ଷ, ଅଧ୍ୟାପିକା ଓ ଛାତ୍ରୀ ମାନେ ମା’ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷୟତ୍ରୀ ଓ ଛାତ୍ର-ଛାତ୍ରୀ ମାନେ ଯୋଗଦେଇ ବ୍ରୁ୍ୂକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ ଥିଲା।

Leave a Reply

Your email address will not be published. Required fields are marked *