ଜାତୀୟ ଶିକ୍ଷକ ପୁରସ୍କାର ପାଇଲେ ଓଡ଼ିଶାର ୨ ଶିକ୍ଷକ।
ଭୁବନେଶ୍ଵର:-ଗୁରୁଦିବସ ଅବସରରେ ଗୁରୁବାର ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ୨ ଜଣ ଶିକ୍ଷକ। ସେମାନେ ହେଲେ କଳାହାଣ୍ଡି ଜିଲାର ଛାତ୍ରୀଛାତ୍ରଙ୍କ ପାଇଁ ଉତ୍ସର୍ଗୀକୃତ ନର୍ଲାସ୍ଥିତ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ଓ ରାୟଗଡ଼ା ଜିଲାର ଜନଜାତି ପିଲାଙ୍କ ଶିକ୍ଷାର ବିକାଶ ପାଇଁ ସମର୍ପିତ ବିଲେଷୁ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ଵିତୀଚନ୍ଦ୍ର ସାହୁ।
ଏନେଇ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେମାନଙ୍କୁ ପୁରସ୍କୃତ କରିଥିଲେ। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଲେଖାଏ ଅର୍ଥରାଶି, ରୌପ୍ୟ ପଦକ ଓ ମାନପତ୍ର ପ୍ରଦାନ କରାଯାଇଛି।