ୟୁକ୍ରେନ୍ ସହ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ: ପୁଟିନ୍

0
Spread the love

ଭ୍ଲାଡିଭୋଷ୍ଟୋକ୍:-୨୦୨୨ରେ ଇସ୍ତାନବୁଲରେ ମସ୍କୋ ଓ ଜିଭ୍ ମଧ୍ୟସ୍ଥମାନେ ଚଳାଇଥୁବା ଶାଢି ଚୁକ୍ତି ପାଇଁ ସହମତି ପ୍ରକାଶ ପାଇ ନ ଥିଲା। ତେବେ ବର୍ତ୍ତମାନ ୟୁକ୍ରେନ୍‌ ସହ ରୁଷିଆର ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ ଏବଂ ଏଥିରେ ଭାରତ, ଚାଇନା ଓ ବ୍ରାଜିଲ ମଧ୍ୟସ୍ଥତା କରିପାରିବେ ବୋଲି ଗୁରୁବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ କହିଛନ୍ତି। ଆୟୋଜିତ ଭ୍ଲାଡିଭୋଷ୍ଟୋଲ୍‌ରେ ରୁଷିଆର ଇଷ୍ଟର୍ନ ଇକୋନୋମିକ୍ ଫାରମ୍‌ରେ ଏକ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରପତି ପୁଟିନ୍ କହିଛନ୍ତି, ମସ୍କୋ ଓ କିଭ୍ ମଧ୍ଯରେ ଶାନ୍ତି ପ୍ରତିଷ୍ଠା ପାଇଁ ଶେଷ ମୁହୂର୍ତ୍ତରେ ବିଫଳ ହୋଇଥିବା ଡିଲ୍‌କୁ ସାର୍ବଜନୀନ କରାଯାଇ ନାହିଁ। ଆମେ ସେମାନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ। କିନ୍ତୁ ସେହି ବିଫଳ ଡିଲ୍‌କୁ ନେଇ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ପୁଟିନ୍ ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *