ସରସ୍ୱତୀ ଶିଶୁ ବିଦ୍ୟମନ୍ଦିର ମଧୁବନ ପକ୍ଷରୁ ଗୁରୁ ଦିବସ ପାଳିତ।
ପୁରୀ(ରବୀନ୍ଦ୍ର କୁମାର):-ଆଜି ପବିତ୍ର ଗୁରୁ ଦିବସରେ ସରସ୍ୱତୀ ଶିଶୁ ବିଦ୍ୟମନ୍ଦିର ମଧୁବନ ପକ୍ଷରୁ ପାଳନ ହୋଇଥିଲା ଗୁରୁ ପୂଜନ । ତେବେ ଆଜିର ଶିଶୁ ମାନଙ୍କୁ ଗୁରୁଙ୍କର ବାର୍ତ୍ତା ପରିବେଶକୁ କର ଗୁରୁ ।ଆଉ ବୃକ୍ଷହିଁ ଗୁରୁ ଭଳି ଆମକୁ ସୁସ୍ଥ ଜୀବନ ଓ ଉତ୍ତମ ମାର୍ଗ ଦର୍ଶକ ଦେବ।କାରଣ ଆମ ସମାଜରେ ଗୁରୁଙ୍କର ଭୂମିକା ଯେଭଳି ବୃକ୍ଷ ରୋପଣ ଦ୍ୱାରା ସେଭଳି ଆମ ପରିବେଶର ସୁରକ୍ଷା ସେହିଭଳି ଆବଶ୍ୟକ ବୋଲି ଗୁରୁଜନମାନେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।ଏହି ଅବସରରେ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଓଡିଶୀ ନୃତ୍ୟରେ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣର ନୃତ୍ୟ କରିଥିଲେ ।ଏହି ଅବସରରେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ସୁରେଶ ମିଶ୍ର ,ବିଦ୍ୟାଳୟ ପରିଚାଳନା ସମିତିର କର୍ମକର୍ତା ଓ ବିଦ୍ଵତ ପରିଷଦର ସଦଶ୍ୟମାନେ ଉପସ୍ଥିତ ଥିଲେ ।