ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କଲେ ଉପ ମୁଖ୍ୟମନ୍ତ୍ରୀ।
ପୁରୀ(ରବୀନ୍ଦ୍ର କୁମାର):-ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆଜି ଅପରାହ୍ନ ରେ ତାଳବଣିଆ ଶ୍ରୀକ୍ଷେତ୍ର କଲୋନୀ ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ।ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସେପ୍ଟେମ୍ବର ମାସକୁ ପୋଷଣ ମାସ ଭାବେ ପାଳନ କରାଯାଉଥିବାରୁ ଶ୍ରୀମତୀ ପରିଡ଼ା ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ ସହ ଖାଦ୍ୟ ନିରୀକ୍ଷଣ ଓ ସୁଭଦ୍ରା ଫର୍ମ ବଣ୍ଟନ ର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ।ପରିଦର୍ଶନରେ ଖୁସି ବ୍ୟକ୍ତକରି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଏହି କେନ୍ଦ୍ର ରେ ବର୍ତ୍ତମାନ ସୁଦ୍ଧା ଶତକଡା ୮୦ ଭାଗ ଫର୍ମ ଯୋଗ୍ୟ ଆବେଦନକାରୀଙ୍କୁ ପ୍ରଦାନ କରାଯାଇଥିବାରୁ ଅଙ୍ଗନବାଡି କର୍ମୀ ଙ୍କୁ ଧନ୍ୟବାଦ ଜଣାଇଥିଲେ।ସମସ୍ତ ଯୋଗ୍ୟ ହିତାଧିକାରୀ ଏଥିରେ ସାମିଲ ହେବେ, ଏପରିକି ୧୭ ତାରିଖ ପରେ ବି ପଞ୍ଜିକରଣ ଜାରି ରହିବ।ଅଙ୍ଗନବାଡି କର୍ମୀ ମାନେ ଏଥିରେ ସହଯୋଗ କରୁଛନ୍ତି।ତେଣୁ ଅଯଥା ବ୍ୟସ୍ତ ନ ହେବାକୁ ସେ ଆବେଦନକାରୀ ଙ୍କୁ ପରାମର୍ଶ ଦେଇଛନ୍ତି।ସେହିପରି ପୋଷଣ ମାସ ମାଧ୍ୟମରେ ନିଜ ପରିସରରେ ମିଳୁଥିବା ପୁଷ୍ଟିକର ଖାଦ୍ୟ ଯେପରି ପିଲା ଓ ଗର୍ଭବତୀ ମା ମାନେ ଖାଇ ସୁସ୍ଥ ରହିପାରିବେ ସେଥି ପ୍ରତି ସଚେତନ କରାଯାଉଛି ବୋଲି ଶ୍ରୀମତୀ ପରିଡା କହିଥିଲେ।କାର୍ଯ୍ୟକ୍ରମ ରେ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌରପାଳିକାର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା,ପୁରୀ ପୌରପାଳିକାର ସିଡିପିଓ ବିନୋଦିନୀ ତ୍ରିପାଠୀ, ସଦର ସିଡିପିଓ ଗୀତାଞ୍ଜଳି ନାୟକ,ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ, ସୁପରଭାଇଜର ବାଲ୍ୟବତୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।