ମାନସ ନାହାକ ହେଲେ ଗଞ୍ଜାମ ବ୍ଳକ ବିଧାୟକ ପ୍ରତିନିଧି।
ଗଞ୍ଜାମ(ବିନୋଦ ଚନ୍ଦ୍ର ପଲାଇ):-ଗଞ୍ଜାମ ବ୍ଳକ ବିଧାୟକ ପ୍ରତିନିଧି ଭାବେ ମାନସ ରଞ୍ଜନ ନାହାକଙ୍କୁ ମନୋନୀତ କରିଛନ୍ତି, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାହାକ l. ଏନେଇ ଗଞ୍ଜାମ ବିଡ଼ିଓଙ୍କୁ ଚିଠି କରିଛନ୍ତି l ବିଧାୟକ ପ୍ରତିନିଧି ହୋଇଥିବା ମାନସ ପୂର୍ବରୁ ସାନରାମଚନ୍ଦ୍ର ପୁର ପଞ୍ଚାୟତର ସରପଞ୍ଚ ଥିବା ବେଳେ, ଜଣେ ସଙ୍ଘଠକ ରୂପେ ଜଣାଶୁଣା l ବିଧାୟକ ନାୟକ ତାଙ୍କ ପ୍ରତି ଅସ୍ଥା ପ୍ରକଟ କରି ଯେଉଁ ଦାୟିତ୍ୱ ଦେଇଛନ୍ତି, ତାହାକୁ ସଠିକ ରୂପେ ତୁଲାଇବା ସହ, ଲୋକଙ୍କ ସମସ୍ୟା ସମାଧାନ ଦିଗରେ ସଦାସର୍ବଦା ଚେଷ୍ଟା କରିବେ ବୋଲି କହିଛନ୍ତି l ନୂତନ ଦାୟିତ୍ୱ ମିଳିଥିବାରୁ ଦଳୀୟ କର୍ମକର୍ତ୍ତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହାଲରୁ ଶୁଭେଚ୍ଛା ଜଣାଇଛନ୍ତି l