ପୁରୀ ସମୁଦ୍ରରେ ଭାସୁଛି ଅଜଣା କଣ୍ଟେନର।

0
Spread the love

ପୁରୀ(ରବୀନ୍ଦ୍ର କୁମାର):- ପୁରୀ ସମୁଦ୍ରରେ ଭାସୁଛି କଣ୍ଟେନର । ସମୁଦ୍ର ମଝିରେ ଭାସୁଛି ଗୋଟିଏ କଣ୍ଟେନର । ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀଙ୍କ ନଜରରେ ଆସିଛି ଏହି କଣ୍ଟେନର ।

ଖବର ଅନୁଯାୟୀ, ପୁରୀ ପେଣ୍ଠକଟା ଅଞ୍ଚଳରେ କିଛି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରୁ ମାଛ ଧରିବାକୁ ଯାଇଥିଲେ । ଏହି ସମୟରେ ସମୁଦ୍ରରେ ଏକ କଣ୍ଟେନର ଭାସୁଥିବାର ଦେଖିଥିଲେ । ତେବେ କଣ୍ଟେନରକୁ କୂଳକୁ ଆଣିବା ପାଇଁ ଉଦ୍ୟମ କରୁଛନ୍ତି ମତ୍ସ୍ୟଜୀବୀ । ତେବେ ଏହି କଣ୍ଟେନରଟି କେଉଁଠୁ ଆସିଲା, ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି ।

Leave a Reply

Your email address will not be published. Required fields are marked *