ଜାତୀୟ ସବ୍ ଜୁନିୟର ଓ ଜୁନିୟର ଟାଏକୋଣ୍ଡୋ ପ୍ରତିଯୋଗିତା ପାଇଁ ବୁଦ୍ଧିଷ୍ଟ୍ ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ତିନି କ୍ରୀଡାବିତ୍ ମନୋନୀତ।

0
Spread the love


ପୁରୀ(ରବୀନ୍ଦ୍ର କୁମାର):-ଚଳିତ ମାସ ୦୭ ସେପ୍ଟେମ୍ବର ରୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ଆଗ୍ରା ଠାରେ ଟାଏକୋଣ୍ଡୋ ଫେଡରେସନ୍ ଅଫ ଇଣ୍ଡିଆ ଆନୁକୁଲ୍ୟରେ ଆୟୋଜିତ ହେବାକୁ ଯାଉଥିବା, ଜାତୀୟ ସବ୍ ଜୁନିୟର ଓ ଜୁନିୟର ଟାଏକୋଣ୍ଡୋ ପ୍ରତିଯୋଗିତା ରେ ଓଡ଼ିଶା ଟାଏକୋଣ୍ଡୋ ଆସୋସିଏସନ୍ ପକ୍ଷରୁ ପ୍ରାୟ ୫୦ ରୁ ଉର୍ଦ୍ଧ କ୍ରୀଡାବିତ୍ ଉଭୟ ବାଳକ ଓ ବାଳିକା ବିଭାଗ ରେ ଅଂଶ ଗ୍ରହଣ କରିବା ପାଇଁ ଆଜି ୦୫.୦୯.୨୦୨୪ ରେ ପୁରୀ ରୁ ନୂଆଦିଲ୍ଲୀ ଯାଉଥିବା ଟ୍ରେନ ରେ ଯାତ୍ରା କରିଥିଲେ।

ଏଥିରେ ବୁଦ୍ଧିଷ୍ଟ୍ ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ କୋଚ୍ ସଂଯୁକ୍ତା ବାରାଲ ଙ୍କ ସହ ସବ୍ ଜୁନିୟର ବର୍ଗରେ ସାଇ କୃପା ମହାପାତ୍ର ଓ ସୁଶ୍ରୀ ସମର୍ପିତା ପୃଷ୍ଟି କିରୋଗି ଇଭେଣ୍ଟ ରେ ଭାଗ ନେଇଥିବା ବେଳେ ଜୁନିଅର ବର୍ଗରେ ଶୁଭମ୍ ମହାପାତ୍ର କିରୋଗି ଇଭେଣ୍ଟ ରେ ଭାଗ ନେବାପାଇଁ ମନୋନିତ ହୋଇଛନ୍ତି।

ଓଡ଼ିଶା ଟାଏକୋଣ୍ଡୋ ଆସୋସିଏସନ୍ ର ସଭାପତି ଶ୍ରୀ ବ୍ୟୋମକେଶ ଅଭିଳାଷ ପ୍ରସାଦ ଓ ସମ୍ପାଦକ ଶ୍ରୀ ମନମୋହନ ଭଞ୍ଜ କ୍ରୀଡାବିତ୍ ମାନଙ୍କୁ ସମ୍ଭର୍ଦ୍ଧନା ଓ ଉତ୍ସାହିତ କରିବା ସହ , ପ୍ରତିଯୋଗିତାରେ ପଦକ ଜିତି ନିଜ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଅର୍ଜନ କରିବା ପାଇଁ ଆଶୀର୍ବାଦ ମଧ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *