ପୁରୀ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ।

0
Spread the love



ପୁରୀ(ରବୀନ୍ଦ୍ର କୁମାର):-ଗୁରୁ ମାନେ ସମାଜର ମାର୍ଗଦର୍ଶକ।ସେମାନେ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଗଢିବା ସହ ସମାଜ କୁ ଶୃଙ୍ଖଳା ଓ ସଂସ୍କାର ପଥରେ ଆଗେଇ ନିଅନ୍ତି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା।ଆଜି ପୂର୍ବାହ୍ନରେ ପବିତ୍ର ଗୁରୁ ଦିବସ ଅବସରରେ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଗୁରୁ ଦିବସ ଅବସରରେ ସମସ୍ତ ଗୁରୁ ମାନ ଙ୍କୁ ପ୍ରଣାମ ଓ ଶୁଭେଛା ଜଣାଇଥିଲେ।ନିଜ ବକ୍ତବ୍ୟ ରେ ଶ୍ରୀମତୀ ପରିଡା ପିଲା ମାନଙ୍କ ମଧ୍ୟରେ ଥିବା ପ୍ରତଭାକୁ ଚିହ୍ନି ଯିଏ ତା”ର ସ୍ୱପ୍ନ କୁ ସାକାର କରାନ୍ତି ସେ ହିଁ ଗୁରୁ।ହୁଏତ ପିତାମାତା ନିଜ ପିଲାର ପ୍ରତିଭା କୁ ଜାଣି ପାରନ୍ତି ନାହିଁ କିନ୍ତୁ ଗୁରୁ ତାହାକୁ ଚିହ୍ନନ୍ତି ଓ ତାକୁ ଆଗକୁ ନିଅନ୍ତି। ଗୁରୁ ଶିଷ୍ୟ ର ପରମ୍ପରା କୁ ଅକ୍ଷୁଣ୍ଣ ରଖି ଏକ ସୁନ୍ଦର ସମାଜ ଗଠନ କରିବାକୁ ସେ ଆହ୍ଵାନ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ,ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି,ପ୍ରମୁଖ ଯୋଗ ଦେଇ ଗୁରୁ ମାନେ ସୁସ୍ଥ ସମାଜର ମୂଳଦୁଆ ସଦୃଶ୍ୟ।ସେମାନଙ୍କ ତ୍ୟାଗ, ପରିଶ୍ରମ ଓ ଉପଯୁକ୍ତ ମାର୍ଗଦର୍ଶନ ସମୃଦ୍ଧ ସମାଜ ଗଢେ।ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଗୁରୁ ସମସ୍ତ ପାଇଁ ସମାନ ବୋଲି କହିବା ସହ ସମସ୍ତ ସଫଳ ବିଦ୍ୟାର୍ଥୀ ମାନ ଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତ ଗୁରୁ ମାନେ ଆମ ପାଇଁ ଚିର ନମସ୍ୟ ବୋଲି କହିଥିଲେ।ପରେ ଜିଲ୍ଲାର ବିଭିନ୍ନ ବ୍ଲକ ର ୧୨୫୨ ରୁ ଉର୍ଦ୍ଧ୍ବ ସଫଳ ବିଦ୍ୟାର୍ଥୀ ଓ ଗୁରୁ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପ୍ରାରମ୍ଭରେ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢୀ ସମସ୍ତ ଙ୍କୁ ସ୍ୱାଗତ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର ଓ ହିମାଂଶୁ ଭୂଷଣ ସମରଥ ଅତିଥି ପରିଚୟ ଓ ଶେଷରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ସନ୍ତୋଷ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରାରମ୍ଭରେ ଅତିଥି ମାନେ ଶ୍ରୀଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ଓ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରିଥିଲେ।ପରେ ଉତ୍କଳ ବନ୍ଦନା ପରିବେଷଣ କରାଯାଇଥିଲା।ଏହି ଅବସରରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶିକ୍ଷୟିତ୍ରୀ ଅଳକାନନନ୍ଦା ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ଆୟୋଜନରେ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଜିଲ୍ଲା ପ୍ରଶାସନ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *