ଗଣେଶ ପୂଜା ପାଳନ କରିବା ପାଇଁ ପୁରୀ ପୋଲିସ ର ପ୍ରସ୍ତୁତି ବୈଠକ।

0
Spread the love


ପୁରୀ:-ଚଳିତବର୍ଷ ବିଘ୍ନରାଜ ଗଣେଶ ପୂଜା ପାଇଁ ପୁରୀ ସହରରେ ୧୫୧ ସ୍ଥାନରେ ପୂଜା ହେବ। ଏହାକୁ ନଜରରେ ରଖି କିପରି ଶାନ୍ତି ଶୃଙ୍ଖଳାରେ ଉପରିସ୍ଥ ସମସ୍ତ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ତାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ଓ ପୁରୀ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ତା ମଧ୍ୟ କରାଯାଇଅଛି। ଏହିବର୍ଷ ଶାନ୍ତି ଶୃଙ୍ଖଳା ପାଇଁ ପ୍ରଥମ, ଦ୍ୱିଦୀୟ, ତୃତୀୟ ର ପୁରସ୍କାରର ବ୍ୟବସ୍ତା ମଧ୍ୟ ହୋଇଅଛି। ଏ ନେଇ ପୁରୀ ଜିଲ୍ଲାର ସମସ୍ତ ପୂଜା କମିଟି ର ସଦସ୍ୟ ମାନଙ୍କୁ ନେଇ ପୁରୀ ପୋଲିସ ର ବୈଠକ ଅନୁଷ୍ଠିତ ହୋଇଛି। ପୁରୀ ଏସପି ଙ୍କ ତତ୍ୱାବଧାନ ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ପୁରୀ ଏସପି ପିନାକ ମିଶ୍ର, ପୁରୀ ସିଟି ଡିଏସପି ପ୍ରସାନ୍ତ ସାହୁ, ଅତିରିକ୍ତ ଏସପି ଙ୍କ ସମେତ ଟାଉନ ଥାନା ଅଧିକାରୀ ସୁନିଲ ପ୍ରଧାନ ଙ୍କ ସମେତ ଅନେକ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *