ବାଇକ ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ, ଅନ୍ୟ ଜଣେ ଆହତ।

0
Spread the love

ଭବାନୀପାଟଣା(ପ୍ରଦୀପ କୁମାର ଗଉଡ):-

ନର୍ଲା ବ୍ଲକ୍ ଅଧୀନ ରୁପ୍ରା ଠାରୁ ବାଲିପଡାକୁ ସଂଯୋଗ କରୁଥିବା ରାସ୍ତାର ଭଟାଖମାର ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି। ମୃତ ଶିକ୍ଷକ ହେଲେ ଯୋଡାବନ୍ଧ ଗ୍ରାମର ଜୀବିତ ନାଗ।ସୂଚନା ମୁତାବକ ଘୋଡାବନ୍ଧ ପଞ୍ଚାୟତ ଅଧିନ ଯୋଡାବନ୍ଧ ଗ୍ରାମର ଜଗତ ନାଗଙ୍କ ପୁଅ ଜୀବିତ ନାଗ (୫୨) ଗିଗିନା ଗ୍ରାମ ପଞ୍ଚାୟତର ସିନାଙ୍ଗ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ। ଆଜି କୈାଣସି ଅଫିସ୍ କାମରେ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଉଥିଲେ। ଏହି ସମୟରେ ବାଲିପଡା ପଟୁ ତିତକେଲା ଗ୍ରାମର ଜଣେ ବ୍ୟକ୍ତି ବାଇକରେ ଆସି ଶ୍ରୀ ନାଗଙ୍କ ବାଇକ(ଓଆର ୦୩ଜି ୬୨୬୧) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ବାଇକ୍‌ ଆରୋହୀ ଆହତ ହୋଇଛନ୍ତି।ଏହି ଖବର୍ ପାଇ ନର୍ଲା ଶିକ୍ଷକ ସଂଘର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବି କରିଛନ୍ତି। ଏଥି ସହିତ ରାସ୍ତାରୋକ କରିଛନ୍ତି। ତେବେ ଘଟଣା ସମ୍ପର୍କରେ ଖବର ପାଇବା ପରେ ପଲମ ଫାଣ୍ଡି ଅଧିକାରୀ ଅକ୍ଷୟ ପ୍ରସାଦ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପରେ କେସିଙ୍ଗା ଓ ନର୍ଲା ପୁଲିସ୍ ପହଞ୍ଚି ବୁଝାସୁଝା କରିଥିଲେ। ତେବେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *