ଗୁରୁଶ୍ରୀ ସମ୍ମାନ ରେ ସମ୍ମାନିତ ହେଲେ ମାଷ୍ଟର ରାଜ।
ଭୁବନେଶ୍ଵର:-ଓଡ଼ିଶା କଲ୍ଚର୍ ଆର୍ଟ ଏକାଡେମୀ ଓ ସଙ୍ଗୀତ ମୂର୍ଦ୍ଦନା କଳା ସଂସ୍କୃତି ପାଇଁ ସମୟତ ବ୍ୟକ୍ତିତ୍ୱମାଳଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଏକ ଗୁରୁପୂଜନ ଉତ୍ସଭ ୨୦୨୪ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ଓଡ଼ିଶା କଲ୍ଚର୍ ଆର୍ଟ ଏକାଡେମୀ ଓ ସଙ୍ଗୀତ ମୂର୍ଦ୍ଦନା କଳା ସଂସ୍କୃତି ପକ୍ଷରୁ ରାଉରକେଲା ର ପ୍ରବକ୍ତା ତଥା ସମାଜସେବୀ ମାଷ୍ଟରରାଜ ରାଜେନ୍ଦ୍ର ପଣ୍ଡା ଙ୍କୁ ‘ଗୁରୁଶ୍ରୀ ସମ୍ମାନ’ ରେ ସମ୍ମାନିତ କରାଯାଇଥିଲା।
କଳା ଓ ଶିକ୍ଷା କ୍ଷେତ୍ରରେ ନିଷ୍ଠାପର ସାଧନା କରି ନିଜର ସ୍ଥିତି ବଜାୟ ରଖିବାକୁ ଅହରହ ସଂଗ୍ରାମ କରୁଥିବା ଜଣେ ଭବିୟମାନ କଳାକାର ଓ ଶିକ୍ଷକ ଭାବରେ ମାଷ୍ଟରରାଜ ରାଜେନ୍ଦ୍ର ପଣ୍ଡା ଙ୍କୁ ଏହି ସମ୍ମାନ ମିଳିଥିବା ଅନୁଷ୍ଠାନ ତରଫ ରୁ ସୂଚନା ମିଳିଛି।