ମଦ୍ୟପ ଗାଡ଼ି ଚାଳକଙ୍କ ବିରୋଧରେ ଧରପଗଡ଼।
ପୁରୀ: ସହରରେ ଘଟୁଥିବା ବିଭିନ୍ନ ଅପରାଧକୁ ହ୍ରାସ କରିବା ନିମନ୍ତେ ପୁରୀ ପୋଲିସ ତରଫ ରୁ ଚେକିଂ କୁ ଜୋରଦାର କରାଯାଇଛି।ଜାରି ରହିଛି ମଦ୍ୟପ ଗାଡିଚାଳକଙ୍କ ବିରୋଧରେ ଧରପଗଡ ଅଭିଯାନ। ପୁରୀ ଏସପି ଙ୍କ ନିର୍ଦ୍ଦେଶ ଅନୁସାରେ ସହର ର ବିଭିନ୍ନ ସ୍ଥାନ ରେ ଚେକିଙ୍ଗ କୁ କଡ଼ା କଡି କରା ଯାଇଛି।
ସୂଚନା ଅନୁସାରେ ପୁରୀ ଏସପି ପିନାକ ମିଶ୍ର ଙ୍କ ନିର୍ଦ୍ଦେଶ ମତେ ପୁରୀ ସହର ର ବଡ ଦାଣ୍ଡ ସହ ସହର ର ବିଭିନ୍ନ ଛକ ମାନଙ୍କ ରେ ଯିବା ଆସିବା କରୁଥିବା ଅଟୋ ରିକ୍ସା ସହ ବିଭିନ୍ନ ଜାନ ବାହନ ଗୁଡିକ ଚେକୀଙ୍ଗ କରିଥଲେ।