ପୁରୀରେ ହେବ ଆର୍ମି ନିଯୁକ୍ତି ରାଲି

0
Spread the love


ପୁରୀ (ରବୀନ୍ଦ୍ର କୁମାର):-ଚଳିତ ବର୍ଷ ଅକ୍ଟୋବର ମାସରେ ପୁରୀ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଭାରତୀୟ ଆର୍ମି ପକ୍ଷରୁ ନିଯୁକ୍ତି ରାଲିର ବ୍ୟବସ୍ଥା କରାଯାଇଛି।ପୂର୍ବରୁ ଅନୁଷ୍ଠିତ ପରୀକ୍ଷା ରେ କୃତକାର୍ଯ୍ୟ ପରୀକ୍ଷାର୍ଥୀ ମାନେ ଏହି ରାଲି ରେ ଶାରୀରିକ ପରୀକ୍ଷା ରେ ଅବତୀର୍ଣ୍ଣ ହେବେ।ଏହି ନିଯୁକ୍ତି ରାଲି କୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କ ପରାମର୍ଶ କ୍ରମେ ପୁରୀ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଏଥିରେ ଅଧ୍ୟକ୍ଷତା କରିବା ସହ ବିଭିନ୍ନ ବିଭାଗ କୁ ପ୍ରଦାନ କରାଯାଉଥିବା ଦାୟିତ୍ବ କୁ ସଠିକ ଭାବେ ନିର୍ବାହ କରିବାକୁ ଅନୁରୋଧ କରିଥିଲେ।ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ସ୍ୱାସ୍ଥ୍ୟ ଶିବିର, ଅଗ୍ନି ନିର୍ବାପକ ବ୍ୟବସ୍ଥା,ରହଣି ବ୍ୟବସ୍ଥା, ନେଟ୍ ବ୍ୟବସ୍ଥା, ବ୍ୟାରିକେଟ ଓ ଟେଣ୍ଟ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ପରିମଳ ବ୍ୟବସ୍ଥା,ବିଦ୍ୟୁତ ଯୋଗାଣ ବ୍ୟବସ୍ଥା,ସୂଚନା ପ୍ରଦାନ ବ୍ୟବସ୍ଥା, ପରିସ୍କାର ପରିଛନ୍ନ ବ୍ୟବସ୍ଥା, ଖାଦ୍ୟ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ସଂପୃକ୍ତ ବିଭାଗ ମାନ ଙ୍କୁ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ପରାମର୍ଶ ଦିଆଯାଇଥିଲା।ଏହି ବୈଠକରେ ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ଆର୍ମି ରିକ୍ୟୁଟିମେଣ୍ଟ ବୋର୍ଡ ର ମେଜର ହେମେନ୍ଦ୍ର ସିଂ ଓ ସାଥି, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ପ୍ରାରମ୍ଭରେ ଜିଲ୍ଲା ନିୟୋଜନ ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ୱାଗତ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *