ବ୍ୟକ୍ତିଙ୍କୁ ଆକ୍ରମଣ ଘଟଣାରେ ଦୁଇ ବାଂଲାଦେଶୀ କବାଡ଼ିଆ ଗିରଫ ।

0
Spread the love


ଭୁବନେଶ୍ଵର:-ନନ୍ଦନବିହାରରେ ଦୁଇ ଜଣ ବ୍ୟକ୍ତିଙ୍କୁ ଆକ୍ରମଣ ଘଟଣାରେ ଦୁଇ ବାଂଲାଦେଶୀ କବାଡ଼ିଆ ଗିରଫ । ଇନ୍ଫୋସିଟି ଥାନା ପକ୍ଷରୁ ଦୁଇ ଜବଡିଆଙ୍କୁ ଗିରଫ କରି ଜେଲ ପଠାଇଛି ପୋଲିସ୍। ଦୁଇ ଜଣ ହେଲେ ସେଖ ଈଶ୍ରଫିଲ ଓ ଶେଖ୍ ହସନୂର୍ । ଏମାନେ ଦୁଇଜଣ ଶିଖରଚଣ୍ଡୀ ବସ୍ତିରେ ରୁହନ୍ତି । ଗତ ସେପ୍ଟେମ୍ବର .୦୧. ତାରିଖ ସକାଳେ ସନ୍ଦିଗ୍ଧ ଭାବେ କବାଡିଆ ବୁଲୁଥିବାବେଲେ ଦୁଇ ଜଣ ସ୍ଥାନୀୟ ତାଙ୍କ ପରିଚୟ ପଚାରିଥିଲେ। ହଠାତ ଉତ୍ଖିପ୍ତ ହୋଇ ଦୁଇ ଜଣ ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରି ଗୁରୁତର କରିଦେଇଥିଲେ। ଏହାପରେ ସେହି କାବଡିଆ ଫୋନ୍ ଯୋଗେ ଅନ୍ୟ କବାଡିଆ ସାଙ୍ଗମାନଙ୍କୁ ଡାକି ଆକ୍ରମଣ କରିଥିଲେ । କବାଡିଆ ଜଣକ ଆଧାର କାର୍ଡ ଦେଖାଇବା ପରିବର୍ତ୍ତେ ତୁରନ୍ତ ନିଜର ସହଯୋଗୀ ମାନଙ୍କୁ ଫୋନକରି ଘଟଣା ସ୍ଥଳକୁ ଡ଼ାକିଥିଲେ । ୨୦-୩୦ ଜଣ ସହଯୋଗୀ ଘଟଣା ସ୍ଥଳରେ ପହଞ୍ଚିବା ପରେ, ତନ୍ମଧ୍ୟରୁ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଅଭିଯୋଗକାରୀଙ୍କୁ ହଠାତ ଆକ୍ରମଣ କରିବା ସହିତ ନାନାପ୍ରକାର ଧମକ ମାନ ଦେଇଥିଲେ । ସ୍ଥାନୀୟ ଲୋକଙ୍କ ନିକଟରୁ ସୂଚନା ପାଇ ପିସିଆର ଘଟଣା ସ୍ଥଳରେ ପହଞ୍ଚିବା ସହିତ ଅଭିଯୋଗକାରୀଙ୍କୁ ଆକ୍ରମଣକାରୀଙ୍କ କବଳରୁ ଉଦ୍ଧାର କରିଥିଲେ । ଏହି ଘଟଣାରେ ଦୁଇ ଜଣ କବଡିଆଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *